ନୂଆଦିଲ୍ଲୀ: ଦ୍ବିତୀୟ ଥର ପାଇଁ ପ୍ରଧାମମନ୍ତ୍ରୀ ପଦ ଅଳଙ୍କୃତ କରିଛନ୍ତି ନରେନ୍ଦ୍ର ମୋଦି । 58 ଜଣିଆ ମନ୍ତ୍ରୀ ପରିଷଦ ସହ ସ୍ବୟଂ ନିଜେ ରାଷ୍ଟ୍ରପତି ଭବନରେ ଗୁରୁବାର ନେଇଛନ୍ତି ପଦ ଓ ଗୋପନୀୟତାର ଶପଥ ।
ଆଉ ଆଜି କାର୍ଯ୍ୟରେ ଯୋଗଦାନ କରିବା ପରେ ନେଇଛନ୍ତି ପ୍ରଥମ ପଦକ୍ଷେପ । ରାଷ୍ଟ୍ରୀୟ ସୁରକ୍ଷା ପରିଷଦର ଅନ୍ତ୍ରର୍ଭୁକ୍ତ 'ପ୍ରଧାନମନ୍ତ୍ରୀ ଛାତ୍ର ବୃତ୍ତି' ଯୋଜନାର କରିଛନ୍ତି ବଡ ଧରଣର ପରିବର୍ତ୍ତନ । ଦେଶର ସେନା, ସୁରକ୍ଷାକର୍ମୀ ଓ ପୋଲିସ କର୍ମଚାରୀଙ୍କ ପିଲାମାନଙ୍କୁ ମଧ୍ୟ ଏହି ଯୋଦନାରେ ସାମିଲ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ମୋଦି ।