ଓଡିଶା

odisha

ETV Bharat / bharat

ପୁଣି ଗାଜିଆବାଦରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା 100ରୁ ଊର୍ଦ୍ଧ୍ବ ବସ୍ତି

ଗାଜିଆବାଦ ଟ୍ରୋନିକ ସିଟି ଅନ୍ତର୍ଗତ ଚମାନ ବିହାରରରେ ଥିବା ଏକ ବସ୍ତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ନିଆଁକୁ ଆୟତ୍ତ କରିବା ପାଇଁ ଦମକଳ ବାହିନୀର 10ଟି ଗାଡି ଘଟଣାସ୍ଥଳରେ ନିଯୁକ୍ତ ଅଛନ୍ତି । ଖବର ଲେଖାହେବା ସୁଦ୍ଧା ଘଟଣାରେ ମୃତ କିମ୍ବା ଆହତଙ୍କ ବାବଦରେ କୌଣସି ସୂଚନା ମିଳିପାରିନାହିଁ । ଅଧିକ ପଢନ୍ତୁ...

By

Published : Oct 6, 2020, 7:08 PM IST

100ରୁ ଅଧିକ ବସ୍ତିରେ ଅଗ୍ନିକାଣ୍ଡ
100ରୁ ଅଧିକ ବସ୍ତିରେ ଅଗ୍ନିକାଣ୍ଡ

ଲକ୍ଷ୍ନୌ: ଗାଜିଆବାଦ ଟ୍ରୋନିକ ସିଟି ଅନ୍ତର୍ଗତ ଚମାନ ବିହାରରେ ଥିବା ଏକ ବସ୍ତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ନିଆଁକୁ ଆୟତ୍ତ କରିବା ପାଇଁ ଦମକଳ ବାହିନୀର 10ଟି ଗାଡି ଘଟଣାସ୍ଥଳରେ ନିୟୋଜିତ ଅଛନ୍ତି । ଖବର ଲେଖାହେବା ସୁଦ୍ଧା ଘଟଣାରେ ମୃତ କିମ୍ବା ଆହତଙ୍କ ବାବଦରେ କୌଣସି ସୂଚନା ମିଳିପାରିନାହିଁ ।

100ରୁ ଅଧିକ ବସ୍ତିରେ ଅଗ୍ନିକାଣ୍ଡ

ଗ୍ୟାସ ସିଲିଣ୍ଡରରୁ ଗ୍ୟାସ ଲିକ୍ ହୋଇ ଅଗ୍ନିକାଣ୍ଡ ଘଟିଥିବାବେଳେ 100ରୁ ଅଧିକ ବସ୍ତିରେ ନିଆଁ ବ୍ୟାପିଥିବା ନେଇ ସୂଚନା ମିଳିଛି। ନିଆଁ ଲାଗିବା ପରେ ବସ୍ତିରେ ଥିବା ଏକାଧିକ ଲୋକଙ୍କ ଜୀବନ ବିପଦମୁଖରେ ପଡି ଯାଇଥିଲା । ଯେନତେନ ପ୍ରକାରେଣ କିଛି ଲୋକେ ଜୀବନ ବଞ୍ଚାଇ ବାହାରକୁ ପଳାଇ ଆସିଥିଲେ । ବସ୍ତିରେ ଅଧିକାଂଶ ମହିଳା ଓ ଛୋଟ ପିଲାଙ୍କୁ ପ୍ରଶାସନ ପକ୍ଷରୁ ଉଦ୍ଧାର କରାଯାଇଛି । ହେଲେ ବସ୍ତିରେ ଥିବା ସମସ୍ତ ଆସବାବପତ୍ର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ନିଆଁର ପ୍ରଭାବ ଏତେ ମାତ୍ରାରେ ଥିଲା ଯେ ଆଖପାଖ ବସ୍ତିକୁ ମଧ୍ୟ ନିଆଁ ବ୍ୟାପିଯାଇଛି । ଫଳରେ ସେହି ବସ୍ତିର ଲୋକେ ଘରୁ ବାହାରକୁ ପଳାଇ ଆସିଛନ୍ତି ।

ସୂଚନା ମୁତାବକ ଗତ ସୋମବାର ମଧ୍ୟ ଗାଜିଆବାଦର ସିହାନି ଗେଟ ଅଞ୍ଚଳରେ 50ରୁ ଅଧିକ ବସ୍ତିରେ ନିଆଁ ଲାଗି ଯାଇଥିଲା । ଏହି ଘଟଣାର କାରଣ ଅସ୍ପଷ୍ଟ ରହିଥିବାବେଳେ ଲଗାତର ଦୁଇଟି ଅଗ୍ନିକାଣ୍ଡ ପ୍ରଶାସନ ପାଇଁ ଚିନ୍ତାର ବିଷୟ ପାଲଟିଛି । ତେବେ ପ୍ରଶାସନ ପକ୍ଷରୁ ବସ୍ତି ବାସିନ୍ଦାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ବ୍ୟବସ୍ଥା ଚାଲିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details