ବେଙ୍ଗାଲୁରୁ: ବେଙ୍ଗାଲୁରୁ ମହାତ୍ମାଗାନ୍ଧୀ ରୋଡର ଛଅ ମହଲା ବିଶିଷ୍ଟ ୟୁକୋ ବ୍ୟାଙ୍କରେ ଅଗ୍ନିକାଣ୍ଡ । ନିଆଁର ମାତ୍ରା ଏତେ ଥିଲା ଯେ, ନିକଟରେ ଥିବା କୋଚିଂ ସେଣ୍ଟରକୁ ବ୍ୟାପି ଯାଇଥିଲା । ଫଳରେ ଛାତ୍ରାଛାତ୍ରୀ ଫଶି ରହିଥିଲେ । ଏପଟେ ବ୍ୟାଙ୍କରୁ ପ୍ରାୟ 200 ଲୋକଙ୍କୁ ଉଦ୍ଧାର କରିଛନ୍ତି 3 ସୁରକ୍ଷାକର୍ମୀ ।
ବ୍ୟାଙ୍କରେ ଅଗ୍ନିକାଣ୍ଡ, 200 ଜୀବନ ବଞ୍ଚାଇଲେ 3 ସୁରକ୍ଷାକର୍ମୀ - ବ୍ୟାଙ୍କରେ ଅଗ୍ନିକାଣ୍ଡ
ବ୍ୟାଙ୍କରେ ଅଗ୍ନିକାଣ୍ଡ, 200 ଜଣଙ୍କୁ ଉଦ୍ଧାରକଲେ 3 ସୁରକ୍ଷାକର୍ମୀ । ବେଙ୍ଗାଲୁରୁ ମହାତ୍ମାଗାନ୍ଧୀ ରୋଡ ଛଅ ମହଲା ବିଶିଷ୍ଟ ୟୁକୋ ବ୍ୟାଙ୍କରେ ଘଟିଥିଲା ଏହି ଅଗ୍ନିକାଣ୍ଡ ।
ହଠାତ ନିଆଁ ଦେଖିବା ପରେ ସିକ୍ୟୁରିଟି ଗାର୍ଡ ଆନନ୍ଦ ସିଂ ଏବଂ ମୌଲାନା ଆଦି ନିଜ ଜୀବନକୁ ବାଜି ଲଗାଇ 200 ଜଣ ଲୋକଙ୍କୁ ବାହାରକୁ ଆଣିଥିଲେ। ବ୍ୟାଙ୍କରେ କୌଣସି ଫାୟାର ସେଫ୍ଟି ନଥିବାରୁ ନିଆଁକୁ ଆୟତ୍ତ କରିବା କଷ୍ଟକର ଥିଲା । ଏହି ବିଲଡିଂର ପ୍ରଥମ ମହଲାରୁ ନିଆଁ ଲାଗିଥିବା ଜଣାପଡିଛି । ବିଦ୍ୟୁତ ତାରରୁ ପ୍ରଥମେ ନିଆଁ ବାହାରି ସବୁ ମହଲାକୁ ବ୍ୟାପିଥିଲା । ଫଳରେ ଭୟଙ୍କର ନିଆଁର ଆଁରେ ଫସିଯାଇଥିଲା ପୁରା ବିଲଡିଂ।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ବୁଧବାର ସଂଧ୍ୟା ସମୟରେ ହଠାତ ବ୍ୟାଙ୍କ ଭିତରୁ ଧୂଆଁ ବାହାରୁଥିବା ଦେଖିଥିଲି । ଏତେ ଧୂଆଁ ଦେଖି ଭୟଭୀତ ଲୋକେ ବାହାରକୁ ଚାଲିଆସିଥିଲେ । ଖବର ପାଇ ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।