ଓଡିଶା

odisha

କୋଭିଡ୍‌ ହସ୍ପିଟାଲରେ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ 2 ଲକ୍ଷ ଲେଖାଏଁ ସହାୟତା ଘୋଷଣା

By

Published : Aug 6, 2020, 7:25 AM IST

Updated : Aug 6, 2020, 10:07 AM IST

ଅହମ୍ମଦାବାଦ ସ୍ଥିତ କୋଭିଡ୍‌ ହସ୍ପିଟାଲରେ ଅଗ୍ନିକାଣ୍ଡ । 8 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ।

କୋଭିଡ୍‌ ହସ୍ପିଟାଲରେ ଅଗ୍ନିକାଣ୍ଡ, 8 ମୃତ
କୋଭିଡ୍‌ ହସ୍ପିଟାଲରେ ଅଗ୍ନିକାଣ୍ଡ, 8 ମୃତ

ଗାନ୍ଧୀନଗର: ଗୁଜୁରାଟର ଅହମ୍ମଦାବାଦ ସ୍ଥିତ କୋଭିଡ୍‌ ହସ୍ପିଟାଲରେ ଅଗ୍ନିକାଣ୍ଡ । 8 ଜଣ ମୃତ । ଶ୍ରେୟ କୋଭିଡ ହସ୍ପିଟାଲରେ ନିଆଁ ଲାଗି ଏପରି ଅଘଟଣ ଘଟିଥିବା ସୂଚନା । ପ୍ରାଥମିକ ତଦନ୍ତରୁ ଏହା ସର୍ଟସର୍କିଟରୁ ହୋଇଥିବା କୁହାଯାଉଛି ।

କୋଭିଡ୍‌ ହସ୍ପିଟାଲରେ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ 2 ଲକ୍ଷ ଲେଖାଏଁ ସହାୟତା ଘୋଷଣା

ଅହମ୍ମଦାବାଦର ନବରଙ୍ଗପୁରା ଅଞ୍ଚଳରେ ଥିବା ଏହି ହସ୍ପିଟାଲରେ ରାତି 3ଟାରେ ନିଆଁ ଲାଗିଥିବା ସୂଚନା ମିଳିଛି । ତେବେ ଅଗ୍ନିକାଣ୍ଡ ସମୟରେ ହସ୍ପିଟାଲରେ 49 ଜଣ ରୋଗୀ ଥିବାବେଳେ ସେମାନଙ୍କ ମଧ୍ୟରୁ 8 ଜଣଙ୍କର ଦେହାନ୍ତ ହୋଇଛି । ମୃତକଙ୍କ ମଧ୍ୟରେ 5 ଜଣ ପୁରୁଷ ଓ 3 ଜଣ ମହିଳା ରହିଛନ୍ତି। ସେହିପରି ଜଣେ ପାରା ମେଡିକାଲ ଷ୍ଟାପ ମଧ୍ୟ ଆହତ ହୋଇଛନ୍ତି ।

କୋଭିଡ୍‌ ହସ୍ପିଟାଲରେ ଅଗ୍ନିକାଣ୍ଡ, 8 ମୃତ

ଘଟଣାସ୍ଥଳରେ 6ଟି ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଅନ୍ୟରୋଗୀମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବା ସହ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ଦୁର୍ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ୍‌ କରି ଦୁଃଖପ୍ରକାଶ କରିଛନ୍ତି । ଏହାସହ ଆହତମାନଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି । ସେହିପରି ଅଗ୍ନିକାଣ୍ଡକୁ ନେଇ ସେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଓ ସ୍ଥାନୀୟ ମେୟରଙ୍କ ସହ ଫୋନରେ କଥା ହୋଇଥିବା ଉଲ୍ଲେଖ କରିଛନ୍ତି ।

କୋଭିଡ୍‌ ହସ୍ପିଟାଲରେ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ 2 ଲକ୍ଷ ଲେଖାଏଁ ସହାୟତା ଘୋଷଣା

ତେବେ ସମସ୍ତ ମୃତକଙ୍କ ପରିବାରକୁ 2 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରିବାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ଏହି ଟଙ୍କା ପ୍ରଧାନମନ୍ତ୍ରୀ ନ୍ୟାସନାଲ ରିଲିଫ୍‌ ଫଣ୍ଡରୁ ଦିଆଯିବ ବୋଲି ଜଣାପଡିଛି । ସେହିପରି ଆହତ ମାନଙ୍କୁ 50 ହଜାର ଟଙ୍କାର ସହାୟତା ଦେବାକୁ ଘୋଷଣା କରାଯାଇଛି ।

ଅନ୍ୟପଟେ ଅଗ୍ନିକାଣ୍ଡର ତଦନ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ନିର୍ଦ୍ଦେଶ ଦେଇଛନ୍ତି । ଅତିରିକ୍ତ ମୁଖ୍ୟ ଶାସନ ସଚିବ(ଗୃହ ବିଭାଗ) ସଙ୍ଗୀତା ସିଂହଙ୍କ ନେତୃତ୍ବରେ ଏକ ଟିମ୍‌ ଗଠନ କରାଯାଇ ଏହାର ତଦନ୍ତ 3 ଦିନ ଭିତରେ ସାରି ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 6, 2020, 10:07 AM IST

ABOUT THE AUTHOR

...view details