କୋଲକାତା :କୋଲକାତାର ଏକ ପାଞ୍ଚ ମହଲା କୋଠାରେ ଭୟାବହ ଅଗ୍ନିକାଣ୍ତ । ଏଥିରେ 2 ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଅନ୍ୟ ସମସ୍ତଙ୍କୁ ଉଦ୍ଧାର କରାଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।
ପାଞ୍ଚ ମହଲା କୋଠାରେ ଭୟାବହ ଅଗ୍ନିକାଣ୍ତ, 2 ମୃତ ମୃତକଙ୍କ ମଧ୍ୟରେ ଜଣେ 12 ବର୍ଷର ନାବାଳକ ଥିବାବେଳେ ଜଣେ ବୃଦ୍ଧା ରହିଛନ୍ତି । ତେବେ, ଅଗ୍ନିକାଣ୍ତର କାରଣ ଏବେବି ଅସ୍ପଷ୍ଟ ରହିଛି ।
ସୂଚନା ଅନୁସାରେ, ପାଞ୍ଚ ମହଲା ବିଶିଷ୍ଟ କୋଠାର ପ୍ରଥମ ମହଲାରେ କୌଣସି କାରଣରୁ ନିଆଁ ଲାଗିଥିଲା । ପରେ ଏହା ପୁରା ବିଲଡିଂକୁ ବ୍ୟାପି ଯାଇଥିଲା । ନିଆଁ ବ୍ୟାପୁଥିବା ଦେଖି 12 ବର୍ଷର ନାବାଳକ ଜୀବନ ବଞ୍ଚାଇବା ପାଇଁ କୋଠା ଉପରୁ ଡେଇଁ ପଡିଥିଲା । ପରେ, ଗୁରୁତର ଅବସ୍ଥାରେ ତାଙ୍କୁ ମେ଼ଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।
ସେହିପରି ବୃଦ୍ଧା ଜଣକ ଗାଧୁଆ ଘରେ ଥିବା ସମୟରେ ପୋଡି ଯାଇଥିଲେ । ଅନ୍ୟ ଗୁରୁତର ମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ, ଘଟଣାସ୍ଥଳରେ ନିଆଁ ଲିଭା କାର୍ଯ୍ୟରେ 10ଟି ଦମକଳ ଗାଡି ନିୟୋଜିତ ହୋଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ