ଓଡିଶା

odisha

ETV Bharat / bharat

ବେକର କମ୍ପାନୀରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ

ବେକର କମ୍ପାନୀରେ ଅଗ୍ନିକାଣ୍ଡ। ଶୁକ୍ରବାର ଏଭଳି ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରର ଭିମାନନଗର ଅଞ୍ଚଳରେ । ଖବର ପାଇ ଦୁଇଟି ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟରେ ଲାଗିଛି ।

By

Published : Aug 30, 2019, 1:09 PM IST

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ


ପୁନେ: ଶୁକ୍ରବାର ମହାରାଷ୍ଟ୍ରର ଭିମାନ ନଗର ଅଞ୍ଚଳରେ ଥିବା ବେକର କମ୍ପାନୀରେ ଅଗ୍ନିକାଣ୍ଡ ଘଟିଛି । ଏ ସମ୍ପର୍କରେ ଖବର ପାଇବା ପରେ ଦୁଇଟି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟରେ ଲାଗି ପଡିଛନ୍ତି।

ଭିଡିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଦିନ 11 ଟା ବେଳେ ଘଟିଥିଲା ଏହି ଅଗ୍ନିକାଣ୍ଡ । ବର୍ତ୍ତମାନ ପର୍ଯ୍ୟନ୍ତ ମୃତାହତଙ୍କ ସମ୍ପର୍କରେ କୌଣସି ଖବର ମିଳି ନଥିବା ବେଳେ, ଏହା ଯୋଗୁଁ ବହୁ ପରିମାଣର କ୍ଷୟକ୍ଷତି ହୋଇଥିବା ଜଣାପଡିଛି। ତେବେ କେଉଁ କାରଣ ପାଇଁ ନିଆଁ ଲାଗିଲା ସେନେଇ ତଦନ୍ତ ଆରମ୍ଭ ହୋଇଯାଇଛି।

ଅଧିକ ଖବର ପାଇ ଅପେକ୍ଷା କରନ୍ତୁ...

ABOUT THE AUTHOR

...view details