ଓଡିଶା

odisha

ETV Bharat / bharat

ସୁରଟ ଡାକ୍ତରଖାନାରେ ଭୟାବହ ଅଗ୍ନିକାଣ୍ଡ, ସମସ୍ତ ରୋଗୀ ସୁରକ୍ଷିତ ଥିବା ସୂଚନା - ଡାକ୍ତରଖାନାରେ ଅଗ୍ନିକାଣ୍ଡ

ଗୁଜୁରାଟ ସୁରଟରେ ଏକ ତିନି ମହଲା ଘରୋଇ ଡାକ୍ତରଖାନାରେ ଭୟବହ ଅଗ୍ନିକାଣ୍ଡ ହୋଇଥିବା ଦେଖିବାକୁ ମିଳିଛି। ଯୁଦ୍ଧକାଳୀନ ପରିସ୍ଥିତିରେ ଡାକ୍ତରଖାନାରେ ଥିବା 50ରୁ ଅଧିକ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ଅଧିକ ପଢନ୍ତୁ...

ସୁରଟ ଡାକ୍ତରଖାନାରେ ଭୟାବହ ଅଗ୍ନିକାଣ୍ଡ, ସମସ୍ତ ରୋଗୀ ସୁରକ୍ଷିତ ଥିବା ସୂଚନା
ସୁରଟ ଡାକ୍ତରଖାନାରେ ଭୟାବହ ଅଗ୍ନିକାଣ୍ଡ, ସମସ୍ତ ରୋଗୀ ସୁରକ୍ଷିତ ଥିବା ସୂଚନା

By

Published : Nov 18, 2020, 5:39 PM IST

Updated : Nov 18, 2020, 7:58 PM IST

ଗାନ୍ଧୀନଗର: ଗୁଜୁରାଟ ସୁରଟରେ ଏକ ତିନି ମହଲା ଘରୋଇ ଡାକ୍ତରଖାନାରେ ଭୟାବହ ଅଗ୍ନିକାଣ୍ଡ ହୋଇଥିବା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ଦମକଳ ବାହିନୀର 10 ଗାଡ଼ି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଯୁଦ୍ଧକାଳୀନ ପରିସ୍ଥିତିରେ ଡାକ୍ତରଖାନାରେ ଥିବା 50ରୁ ଅଧିକ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବା ପ୍ରଶାସନ ସୂଚନା ଦେଇଛି । ଡାକ୍ତରଖାନାରେ ଥିବା ସମସ୍ତ ରୋଗୀଙ୍କୁ ସୁରକ୍ଷିତ ଭାବରେ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା ।

ଅଥ୍ବଲାଇନ୍ସରେ ଥିବା ଏହି ଡାକ୍ତରଖାନାରେ ସର୍ଟସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି । ଅଗ୍ନିକାଣ୍ଡ ସମୟରେ ଡାକ୍ତରଖାନାରେ 16 ଜଣ ରୋଗୀ ଆଇସିୟୁରେ ରହିଥିଲେ। ଏହାସହ 50ରୁ ଅଧିକ ରୋଗୀ ଡାକ୍ତରଖାନାରେ ଶଯ୍ୟାସାୟୀ ହୋଇ ରହିଥିଲେ । ସେମାନଙ୍କ ମଧ୍ୟରୁ କେତେକ ରୋଗୀଙ୍କୁ ଭେଣ୍ଟିଲେଟର ରଖା ଯାଇଥିଲା। ଡାକ୍ତରଖାନାରେ ଅଗ୍ନିକାଣ୍ଡ ହେବା କ୍ଷଣି ଦମକଳ ବାହିନୀକୁ ସୂଚନା ଦିଆଯାଇଥିଲା। ଯଥାଶୀଘ୍ର ଅଗ୍ନିଶମ ବାହିନୀ ପହଞ୍ଚି ଡାକ୍ତରଖାନାରେ ରୋଗୀ ଏବଂ କର୍ମଚାରୀଙ୍କୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ତେବେ ଧୂଆଁ ଯୋଗୁଁ ଅଗ୍ନିଶମ ବାହିନୀକୁ ଉଦ୍ଧାର କାର୍ଯ୍ୟ କରିବାରେ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ତେବେ ଶେଷରେ ସମସ୍ତ କର୍ମଚାରୀ ଓ ରୋଗୀ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିଲେ।

ଡାକ୍ତରଖାନାରେ କୌଣସି କୋଭିଡ ୱାର୍ଡ ନଥିବାରୁ ଏକ ଆଶ୍ବସ୍ତିକର ବିଷୟ ହୋଇଛି। ଅଗ୍ନିକାଣ୍ଡ ପରେ ଘଟଣାସ୍ଥଳରେ ସୁରଟ ପୌରାଞ୍ଚଳର ସମସ୍ତ ବରିଷ୍ଠ ଅଧିକାରୀଙ୍କ ସହ ପୋଲିସ ଉପସ୍ଥିତ ରହିଛି। ଘରୋଇ ଡାକ୍ତରଖାନାରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଥିଲା କି ନାହିଁ ସେନେଇ ଯାଞ୍ଚ କରାଯିବା ବୋଲି ପୋଲିସ ସୂଚନା ଦେଇଛି। ଏଥିରେ ଡାକ୍ତରଖାନାର କୌଣସି ଅବହେଳା ପରିଲକ୍ଷିତ ହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲସି ସୂଚନା ଦେଇଛି। ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ଲୋକେ ଓ ପ୍ରଶାସନ ସହଯୋଗ କରିଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 18, 2020, 7:58 PM IST

ABOUT THE AUTHOR

...view details