ଚଣ୍ଡିଗଡ: ପଞ୍ଜାବର ଗୁରଦାସପୁର ଜିଲ୍ଲାର ବଟାଲା ଠାରେ ଥିବା ଏକ ବାଣ କାରଖାନାରେ ବିସ୍ପୋରଣ ଘଟିଛି। ଏହା ଯୋଗୁଁ 19 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 30ରୁ ଊର୍ଦ୍ଧ୍ବ ଗୁରୁତର ଆହତ ହୋଇଛନ୍ତି । ତେବେ ଆହତମାନଙ୍କ ମଧ୍ୟରୁ କେତେ ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢିବାର ଆଶଙ୍କା କରାଯାଉଛି । ସେପଟେ ଆଉ କିଛି ଲୋକ ଏପର୍ଯ୍ୟନ୍ତ ଧ୍ବଂଶାବଶେଷ ତଳେ ଫସିରହିଛନ୍ତି ।
ବାଣ କାରଖାନାରେ ବିସ୍ପୋରଣ: 19 ମୃତ, 30 ଆହତ - punjab
ପଞ୍ଜାବର ଗୁରୁଦାସପୁର ଜିଲ୍ଲାରେ ଥିବା ଏକ ବାଣ କାରଖାନାରେ ବିସ୍ପୋରଣ ହେବାରୁ 19 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 30ରୁ ଊର୍ଦ୍ଧ୍ବ ଗୁରୁତର ଆହତ ହୋଇଥିବା ଜଣାପଡିଛି।
ଘଟଣାସ୍ଥଳରେ ସ୍ଥାନୀୟ ପ୍ରଶାସନ ଏବଂ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଏହି ଦୁର୍ଘଟଣାରେ ଆହତ ଲୋକଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଇ ଦିଆଯାଇଛି। ଉଦ୍ଧାର କାର୍ଯ୍ୟ ପାଇଁ ଅନେକ ଗାଡିକୁ ନିୟୋଜିତ କରିଛି ଅଗ୍ନିଶମ ବିଭାଗ ।
ତେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଏହି ଘଟଣାକୁ ନେଇ ଶୋକ ପ୍ରକଟ କରିଛନ୍ତି । ଏହା ସହିତ ମୃତକଙ୍କ ପରିବାରକୁ 2 ଲକ୍ଷ ଲେଖାଏଁ ଅନୁକମ୍ପା ରାଶୀ ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ଗୁରୁତର ଆହତଙ୍କ ଚିକିତ୍ସା ପାଇଁ 50,000 ଏବଂ ସାମାନ୍ୟ ଆହତଙ୍କୁ 25,000 ଲେଖାଏଁ ସହାୟତା ରାଶୀ ଘୋଷଣା କରିଛନ୍ତି ସେ ।