ପାଟନା: ବିହାରରେ ସରକାରଙ୍କ ବିରୋଧରେ ପ୍ରଦର୍ଶନ କରିବା ଦୋଷ ପାଲଟି ଯାଇଛି । ଜଳ ସମସ୍ୟାର ସମାଧାନ ଏବଂ ଚମକି ଜ୍ବରର ଚିକିତ୍ସା ଦାବି କରି ରାଜରାସ୍ତାକୁ ଓହ୍ଲାଇଥିବା ଗ୍ରାମବାସୀଙ୍କ ବିରୋଧରେ ମାମଲା ରୁଜୁ କରିଛି ପୋଲିସ । ବିହାର ବୈଶାଳୀ ଜିଲ୍ଲାର ହରିବଂଶପୁର ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଗାଁ 39 ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଥିବା ଜଣା ପଡିଛି ।
ବିହାର ଶିଶୁମୃତ୍ୟୁୁ ମାମଲା; ବିରୋଧ କରିବାରୁ ବନ୍ଧା ହେବେ 39 ! - muzaffarpur
ବିହାର ବୈଶାଳୀ ଜିଲ୍ଲାର ହରିବଂଶପୁର ଗ୍ରାମରେ ଜଳ ସମସ୍ୟାର ସମାଧାନ ଏବଂ ଚମକି ଜ୍ବରର ଚିକିତ୍ସା ଦାବି କରି ରାଜରାସ୍ତାରେ ଓହ୍ଲାଇଥିବା ଗ୍ରାମବାସୀଙ୍କ ବିରୋଧରେ ମାମଲା ରୁଜୁ କରିଛି ପୋଲିସ ।
ସୂଚନା ମୁତାବକ, ବିହାରରେ ଚମକି ଜ୍ବରରେ ଏବେ ସୁଦ୍ଧା 150 ରୁ ଉର୍ଦ୍ଧ୍ବ ଶିଶୁ ମୃତ୍ୟୁବରଣ କଲେଣି । ପ୍ରଶାସନର ପଦକ୍ଷେପ ପରେ ମଧ୍ୟ ମୃତକଙ୍କ ସଂଖ୍ୟା କମ୍ ହେବାର ନାଁ ନେଉନାହିଁ । ନିଜ ଶିଶୁଙ୍କୁ ମୃତ୍ୟୁମୁଖରୁ ରକ୍ଷାକରିବାକୁ ଗ୍ରାମର କିଛି ଲୋକ ଆନ୍ଦୋଳନ କରିଥିଲେ । ଯାହାପରେ ପୋଲିସ ଗ୍ରାମର 39 ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି । ସେପଟେ ମାମଲା ରୁଜୁ ହୋଇଥିବା ବ୍ୟକ୍ତି ଭୟରେ ଗାଁ ଛାଡି ପଳାଉଥିବାରୁ ସେମାନଙ୍କ ପରିବାରକୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ।
ସୂଚନା ଯୋଗ୍ୟ ଯେ, ହରିବଂଶପୁର ଗ୍ରାମବାସୀ ରବିବାର ସ୍ଥାନୀୟ ସାଂସଦ ଏବଂ ବିଧାୟକଙ୍କୁ ବିରୋଧ କରିଥିଲେ । ଶିଶୁମୃତ୍ୟୁକୁ ନେଇ ରାଗରେ ଥିବା ଲୋକେ ବିଧାୟକ ରାଜକୁମାର ଶାହଙ୍କୁ କିଛି ସମୟ ପାଇଁ ବନ୍ଦୀ କରି ଦେଇଥିଲେ । ଏହା ସହିତ ସେମାନେ ସାଂସଦ ପଶୁପତି କୁମାର ପାରସଙ୍କୁ ମଧ୍ୟ ବନ୍ଦୀ କରି ରଖିଥିଲେ ।