ଓଡିଶା

odisha

ETV Bharat / bharat

ଅର୍ଥମନ୍ତ୍ରଣାଳୟର ବଜେଟ ପୂର୍ବରୁ ଟ୍ବିଟର କ୍ୱିଜ - twitter quiz

ସାଧାରଣ ଲୋକଙ୍କୁ ବଜେଟ ବାବଦରେ ସଚେତନ କରିବାକୁ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ପ୍ରୟାସ । ଏଥିପାଇଁ ମଙ୍ଗଳବାର ଟ୍ବିଟରରେ ଆରମ୍ଭ ହୋଇଛି ଗୋଟିଏ କ୍ଲିକ ସିରିଜ ।

ପ୍ରତିକାତ୍ମକ ଫଟୋ

By

Published : Jun 19, 2019, 9:56 AM IST

Updated : Jun 19, 2019, 10:25 AM IST

ନୂଆଦିଲ୍ଲୀ: ସାଧାରଣ ଲୋକଙ୍କୁ ବଜେଟ ବାବଦରେ ସଚେତନ ତଥା ସୂଚନା ପ୍ରଦାନ କରିବାକୁ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ପ୍ରୟାସ । ଏଥିପାଇଁ ମଙ୍ଗଳବାର ଟ୍ବିଟରରେ ଆରମ୍ଭ ହୋଇଛି ଗୋଟିଏ କ୍ଲିକ ସିରିଜ । ଏଥିପାଇଁ ମନ୍ତ୍ରଣାଳୟ ପକ୍ଷରୁ ଟ୍ବିଟର ଜରିଆରେ ପ୍ରଥମ ପ୍ରଶ୍ନ ମଧ୍ୟ ପୋଷ୍ଟ କରାଯାଇଛି । ଯେଉଁଥିରେ ପଚରା ଯାଇଛି ସ୍ବାଧୀନ ଭାରତର ପ୍ରଥମ ବଜେଟ କେବେ ଉପସ୍ଥାପନ ହୋଇଥିଲା ? ପ୍ରଶ୍ନ ପଚରା ଯିବା ସହ ୟୁଜର୍ସଙ୍କ ପାଇଁ ଭୋଟ ଦେବାକୁ ମନ୍ତ୍ରଣାଳୟ ପକ୍ଷରୁ ଚାରୋଟି ବିକଳ୍ପ ମଧ୍ୟ ଦିଆଯାଇଛି ।

ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଚଳିତ ଆର୍ଥିକ ବର୍ଷ 2019-20 ପାଇଁ ଖୁବଶୀଘ୍ର ସଂସଦରେ ବଜେଟ ଉପସ୍ଥାପିତ କରିବାକୁ ଯାଉଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ତେବେ ଏହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ବଜେଟ ବାବଦରେ ଅବଗତ କରିବା ସହ ସଚେତନତା ସୃଷ୍ଟି କରିବାକୁ ଏହା ସବୁଠୁ ଭଲ ସମୟ । ତେବେ ଏହି ପ୍ରଶ୍ନର ସଠିକ ଉତ୍ତର ବାବଦରେ ଜନତା କେତେ ଜାଣିଛନ୍ତି ପ୍ରଶ୍ନ କରାଯାଇଛି ।

Last Updated : Jun 19, 2019, 10:25 AM IST

ABOUT THE AUTHOR

...view details