ନୂଆଦିଲ୍ଲୀ: ଦେଶର ଆର୍ଥିକ ମାନ୍ଦାବସ୍ଥାକୁ ନେଇ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଦେଇଥିବା ବୟାନ ଉପରେ କୌଣସି ପ୍ରକାର ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ମନମୋହନ ସିଂହଙ୍କ ଉପଦେଶ ପାଇଁ ସେ କେବଳ ତାଙ୍କୁ ଧନ୍ୟବାଦ ଦେଇଛନ୍ତି । ‘ସେ ଯାହା କହିଛନ୍ତି ତା' ଉପରେ ମୋର କୌଣସି ବିଚାର ନାହିଁ । ମୁଁ ତାଙ୍କ କଥା ଉପରେ ଧ୍ୟାନ ଦେବି’ ବୋଲି ନିର୍ମଳା ସୀତାରମଣ କହିଛନ୍ତି ।
ମନମୋହନଙ୍କ ବୟାନକୁ ନେଇ ଏଭଳି କହିଲେ ସୀତାରମଣ..
ମନମୋହନ ସିଂହ ଯାହା କହିଛନ୍ତି ତା' ଉପରେ ମୋର କୌଣସି ବିଚାର ନାହିଁ । ମୁଁ ତାଙ୍କ କଥା ଉପରେ ଧ୍ୟାନ ଦେବି । ଦେଶର ଆର୍ଥିକ ମାନ୍ଦାବସ୍ଥାକୁ ନେଇ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଦେଇଥିବା ବୟାନ ଉପରେ ଏଭଳି କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।
ରବିବାର ଚେନ୍ନାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସୀତାରମଣଙ୍କୁ ମନମୋହନ ସିଂହଙ୍କ ଆରୋପ ଉପରେ ପ୍ରଶ୍ନ କରାଯାଇଥିଲା । ଏହାର ଜବାବରେ ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି, ' କ'ଣ ମନମୋହନ ସିଂହ କହିବାକୁ ଚାହୁଁଛନ୍ତି ପ୍ରତିଶୋଧ ପରାୟଣ ରାଜନୀତି ଛାଡି ଅର୍ଥବ୍ୟବସ୍ଥାକୁ ମନୁଷ୍ୟକୃତ ସଙ୍କଟରୁ ରକ୍ଷା କରିବା ପାଇଁ ଚୁପ ରହୁଥିବା ବ୍ୟକ୍ତିଙ୍କଠାରୁ ପରାମର୍ଶ ନେବା ଉଚିତ ? ସେ କ'ଣ ଏଭଳି କହିଛନ୍ତି । ଠିକ ଅଛି ଆପଣଙ୍କୁ ଧନ୍ୟବାଦ । ମୁଁ ଏହା ଉପରେ ତାଙ୍କ କଥା ଶୁଣିବି । ଏହା ହିଁ ମୋର ଜବାବ । '
ଏହା ପୂର୍ବରୁ ଦେଶର ଆର୍ଥିକ ମାନ୍ଦାବସ୍ଥାକୁ ନେଇ ଚିନ୍ତା ପ୍ରକଟ କରିଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ । ସେ କହିଥିଲେ, ଦେଶରେ ଦେଖାଦେଇଥିବା ମାନ୍ଦାବସ୍ଥା ମନୁଷ୍ୟକୃତ । ଭାରତ ସରକାରଙ୍କ ତ୍ରୁଟିପୂର୍ଣ୍ଣ ପରିଚାଳନା ଯୋଗୁଁ ଆର୍ଥକ ସ୍ଥିତି ଦୁର୍ବଳ ହୋଇପଡିଛି । ତେଣୁ ମାନ୍ଦାବାସ୍ଥାରୁ ମୁକୁଳିବା ପାଇଁ ପ୍ରତିଶୋଧର ରାଜନୀତି ନକରି ଗମ୍ଭୀର ଭାବରେ ଦେଶର ଅର୍ଥନୀତି ବାବଦରେ ଚିନ୍ତା କରିବାକୁ ମୋଦି ସରକାରଙ୍କୁ ଆହ୍ବାନ କରିଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଡ.ମନମୋହନ ସିଂହ ।