ଓଡିଶା

odisha

ETV Bharat / bharat

‘ଝିଅମାନେ 100 ଡାଏଲ କରିବା ପରିବର୍ତ୍ତେ ପାଖରେ କଣ୍ଡୋମ ରଖ’

‘ ପାଖରେ କଣ୍ଡୋମ ରଖି ଦୁଷ୍କର୍ମକୁ ସମର୍ଥନ କର’ ବୋଲି କଦର୍ଯ୍ୟ ମନ୍ତବ୍ୟ ଦେଇଛନ୍ତି ଜଣେ ଫିଲ୍ମ ମେକର । ମହିଳାଙ୍କୁ ସାଥିରେ କଣ୍ଡୋମ ନେଇ ବାହାରକୁ ଯିବାକୁ ଦେଇଛନ୍ତି ଉପଦେଶ । ଆଗକୁ ପଢନ୍ତୁ...

By

Published : Dec 5, 2019, 11:51 AM IST

disgusting advisory for girls
‘ଦୁଷ୍କର୍ମକୁ ସମର୍ଥନ କର’

ନୂଆଦିଲ୍ଲୀ: ପ୍ରତ୍ୟେକ ମହିଳା ଘରୁ ବାହାରକୁ ବାହାରିବା ବେଳେ ସାଥିରେ ପ୍ରତିବନ୍ଧ ଉପକରଣ (କଣ୍ଡୋମ) ଧରି ଆସିବା ଉଚିତ । କାରଣ ଦୁଷ୍କର୍ମ ସମୟରେ ପୋଲିସକୁ ଫୋନ କରିବା ପରିବର୍ତ୍ତେ ଦୁଷ୍କର୍ମକାରୀକୁ ସମର୍ଥନ କରିବା ଠିକ ବୋଲି ବୟାନ ଦେଇଛନ୍ତି ଫିଲ୍ମ ନିର୍ମାତା ଡାନିଏଲ ଶ୍ରବଣ କୁମାର । ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ନିର୍ମମ ହତ୍ୟାକୁ ନେଇ ସେ ଏଭଳି ମନ୍ତବ୍ୟ ଦେଇଛନ୍ତି।

ଏହି ଘଟଣା ସମଗ୍ର ଦେଶବାସୀଙ୍କୁ ଦୋହଲାଇ ରଖିଦେଇଛି । ପୀଡିତାଙ୍କ ପାଇଁ ସମସ୍ତେ ନ୍ୟାୟ ମାଗୁଥିବା ବେଳେ ଡାନିଏଲଙ୍କ ଏଭଳି ବୟାନ ଲୋକଙ୍କର ଆହୁରି ରକ୍ତ ଗରମ କରିଦେଇଛି । ତାଙ୍କର ଏହି ଫେସବୁକ୍ ପୋଷ୍ଟ ବର୍ତ୍ତମାନ ବିବାଦୀୟ ହେବାରେ ଲାଗିଛି ।

‘ଦୁଷ୍କର୍ମକୁ ସମର୍ଥନ କର’
ଦୁଷ୍କର୍ମ ଭଳି ଅପରାଧକୁ ବେଆଇନ ବୋଲି ନ କହି ଏହାକୁ ଆଇନଗତ କରିବା ପାଇଁ ଦାବି କରିଛନ୍ତି ଡାନିଏଲ । 18 ବର୍ଷ ପରେ ପ୍ରତ୍ୟକ ନାରୀକୁ ଦୁଷ୍କର୍ମ ଭଳି ସ୍ଥିତି ସହ ଲଢ଼ିବା ପାଇଁ ଶିକ୍ଷା ଦେବା ଉଚିତ । ମହିଳାମାନେ ନିଜର ଜୀବନ ବଞ୍ଚାଇବା ପାଇଁ ଦୁଷ୍କର୍ମକାରୀର ଯୌନ ଇଚ୍ଛାକୁ ପୂରଣ କରିବା ଦରକାର । ଦୁଷ୍କର୍ମକୁ ଆଇନଗତ କରାଗଲେ ହିଁ ଦୁଷ୍କର୍ମ ପରେ ହେଉଥିବା ହତ୍ୟାକୁ ରୋକାଯାଇ ପାରିବ ।

ସରକାରଙ୍କୁ ଏ ବିଷୟରେ ଚିନ୍ତା କରିବା ଦରକାର ବୋଲି ସେ ଲେଖିଥିଲେ । କିନ୍ତୁ ଏବେ ସେ ଏହି ପୋଷ୍ଟକୁ ସେ ହଟାଇ ପୁଣି ଥରେ ନୂଆ ପୋଷ୍ଟ କରିଥିଲେ । କିନ୍ତୁ ସେ‌ତେବେଳେକୁ ତାଙ୍କର ପ୍ରଥମ ପୋଷ୍ଟଟି ଭାଇରାଲ ହୋଇ ସାରିଥିଲା । ତାଙ୍କର ଏଭଳି ପୋଷ୍ଟର ସ୍କ୍ରିନସଟ ନେଇ ଅନେକ ମହିଳା ଏବେ ତାଙ୍କୁ ବିରୋଧ କରିଥିବା ଦେଖାଯାଇଛି ।

ABOUT THE AUTHOR

...view details