ନୂଆଦିଲ୍ଲୀ: ପୁଣିଥରେ ନିଆଁ ମୁହାଁ ହୋଇଛି ରାଜଧାନୀ ଦିଲ୍ଲୀ । ପଶ୍ଚିମ ଦିଲ୍ଲୀର ପୀରାଗଢୀ ଅଞ୍ଚଳ ସ୍ଥିତ ଓକ୍ୟା ବ୍ୟାଟେରୀ କାରଖାନାରେ ଭୀଷଣ ଅଗ୍ନିକାଣ୍ଡ ଘଟି ଜୋରଦାର ବିସ୍ଫୋରଣ ହୋଇଛି । ଫଳରେ କାରଖାନାଟି ଧ୍ବସ୍ତବିଧ୍ବସ୍ତ ହୋଇଯାଇଛି । ଘଟଣାରେ କାରଖାନାର ଶ୍ରମିକଙ୍କ ସମେତ ଅନେକ ଅଗ୍ନିଶମ କର୍ମଚାରୀ ମଧ୍ୟ ଫସିରହିଥିବା ଜଣାପଡିଛି ।
ଦିଲ୍ଲୀର ବ୍ୟାଟେରୀ କାରଖାନାରେ ଅଗ୍ନିକାଣ୍ଡ, ଫସିଲେ ଅଗ୍ନିଶମ କର୍ମଚାରୀ
ପଶ୍ଚିମ ଦିଲ୍ଲୀର ପୀରାଗଢୀ ଅଞ୍ଚଳସ୍ଥିତ ଓକ୍ୟା ବ୍ୟାଟେରୀ କାରଖାନାରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି । ଘଟଣାସ୍ଥଳରେ 27 ଦମକଳ ଗାଡି ନିୟୋଜିତ ଅଛନ୍ତି ।
ସୂଚନା ମୁତାବକ, କାରଖାନାରେ ସକାଳ 4ଟା ସମୟରେ ଅଗ୍ନିକାଣ୍ଡ ଘଟିଥିଲା । ଏହାପରେ ତୁରନ୍ତ ଅଗ୍ନିସମ ବିଭାଗକୁ ଖବର ଦିଆଯାଇଥିଲା । ନିଆଁକୁ ଆୟତ୍ତ କରିବା ଲାଗି ଘଟଣା ସ୍ଥଳରେ ପ୍ରାୟ 27ଟି ଦମକଳ ଗାଡି ନିୟୋଜିତ ହୋଇଥିଲେ । ଘଟଣାରେ ଅନେକ ଶ୍ରମିକ ଫସିରହିଥିବା ଆଶଙ୍କା ପ୍ରକାଶ ପାଇବା ପରେ ଅଗ୍ନିଶମ କର୍ମଚାରୀ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । କିନ୍ତୁ ଏହି ସମୟରେ କାରଖାନା ବିଲ୍ଡିଂରେ ଜୋରଦାର ବିସ୍ପୋରଣ ହୋଇଥିଲା ଏବଂ ବିଲ୍ଡିଂର ଅନେକ ଅଂଶ ଧ୍ବଂସ ହୋଇଯାଇଥିଲା । ବିଲ୍ଡିଂର ଧ୍ବଂଶାବଶେଷ ତଳେ ଅନେକ ଶ୍ରମିକ ଏବଂ ଅଗ୍ନିଶମ କର୍ମଚାରୀ ଫସିରହିଥିବା ଜଣା ପଡିଛି ।
ସେପଟେ ନୂଆଦିଲ୍ଲୀ ରେଲୱେ ଷ୍ଟେସନର ବିଶ୍ରାମକକ୍ଷରେ ମଧ୍ୟ ଆଜି ସକାଳୁ ଅଗ୍ନିକାଣ୍ଡ ଘଟିଛି । ଉଭୟ ଅଗ୍ନିକାଣ୍ଡର କାରଣ ଏବେ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।