ମୁମ୍ବାଇ: ପଶୁପ୍ରେମୀଙ୍କ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଖବର। ଲକଡାଉନ ସମୟରେ ପଶୁପକ୍ଷୀଙ୍କୁ ଖାଇବାକୁ ଦେବାକୁ ଚାହୁଁଥିବା ବ୍ୟାକ୍ତିଙ୍କ ପାଇଁ ମୁମ୍ବାଇ ପୋଲିସ ପକ୍ଷରୁ ଏକ ନିଦ୍ଧିଷ୍ଟ ସମୟ ସ୍ଥିର କରାଯାଇଛି। ଯେଉଁ ସମୟ ଭିତରେ ଚାହିଁଲେ ଆପଣ ପଶୁପକ୍ଷୀଙ୍କୁ ଖାଇବାକୁ ଦେଇପାରିବେ।
ମୁମ୍ବାଇ ପୋଲିସର ସୂଚନା ଅନୁସାରେ, ଲକଡାଉନ ସମୟରେ ସକାଳ 5.30 ରୁ 7.30 ମଧ୍ୟରେ ପଶୁପକ୍ଷୀଙ୍କୁ ଆପଣ ଖାଇବାକୁ ଦେଇ ପାରିବେ। ଏହି ନୂଆ ନିୟମ ପରେ କିଛି ଲୋକ ପଶୁମାନଙ୍କୁ ମଧ୍ୟ ଖାଇବାକୁ ଦେବା ପାଇଁ ରାତିର କାର୍ଯ୍ୟସୂଚୀ ପାଇଁ ଅନୁରୋଧ କରିଥିଲେ।