ନୂଆଦିଲ୍ଲୀ: ଆଜି ତୃତୀୟ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଅରବିନ୍ଦ କେଜ୍ରିୱାଲ । ତେବେ ଏହି ଶପଥ ଗ୍ରହଣ ଉତ୍ସବର ଅନ୍ୟତମ ଆକର୍ଷଣ ଥିଲେ ‘କୁନି ମଫଲରମ୍ୟାନ୍’। ଯିଏ ଏବେ ପାଲଟିଛନ୍ତି ଇଣ୍ଟରନେଟ ସେନସେସନ । ବର୍ଷକର ଶିଶୁ ଅଭ୍ୟାନ ଆଜି ଶପଥ ଉତ୍ସବର ନିମନ୍ତ୍ରିତ ଅତିଥି ଥିଲେ ।
ଆପ ଅଫିସିଆଲ ହ୍ୟାଣ୍ଡଲରରୁ ହିଁ ଟ୍ବିଟ ମାଧ୍ୟମରେ ଅଭ୍ୟାନଙ୍କୁ 13 ତାରିଖରେ ନିମନ୍ତ୍ରଣ କରାଯାଇଥିଲା । ଆଜି ରାମଲୀଲା ମୈଦାନରେ ମାତାପିତାଙ୍କ ସହ ପହଞ୍ଚିଥିଲେ ଏହି କୁନି ଅତିଥି । ତେବେ ଅଭ୍ୟାନଙ୍କ ପିତା କେଜ୍ରିୱାଲଙ୍କ ବଡ ଫ୍ୟାନ । ତାଙ୍କ କହିବା ଅନୁସାରେ, ଅଭ୍ୟାନ କେଜ୍ରିୱାଲଙ୍କ ପରି ପରିଶ୍ରମୀ ଏବଂ ସାଧୁ ହେବ ।