ଓଡିଶା

odisha

ETV Bharat / bharat

ଝିଅକୁ ବାହା ହେଲେ ମିଳିବ 2 କୋଟି - ଯୌତୁକ

ଝିଅକୁ ବାହା ହେଲେ ବାପା ଦେବେ 2 କୋଟି ଯୌତୁକ । ଘଟଣାଟି ଥାଇଲାଣ୍ଡର । ଏଠାରେ ଜଣେ କୋଟିପତି ବାପାକୁ ନିଜ ଝିଅ ବାହାଘରର ଚିନ୍ତା ଏତେ ଘାରିଲା ଯେ, ସେ ବର ପକ୍ଷକୁ 2 କୋଟି ଟଙ୍କା ଦେବାକୁ ଘୋଷଣା କରିଛନ୍ତି । ତାଙ୍କ ନା ଆରନାନ ରୋଡଥାଗ୍ନ । ସେ ଥାଇଲ୍ୟାଣ୍ଡର କୋଟିପତି ମଧ୍ୟରେ ଗଣା ।

ଡିଜାଇନ ଫଟୋ

By

Published : Mar 10, 2019, 12:04 PM IST

ଥାଇଲାଣ୍ଡ: ଝିଅ 25 ବର୍ଷରେ ପାଦ ଥାପୁ ଥାପୁ ପରିବାର ଲୋକଙ୍କୁ ତା ବିବାହର ଚିନ୍ତା ଘାରିଥାଏ । ବନ୍ଧୁବାନ୍ଧବଠାରୁ ଆରମ୍ଭ କରି ମାଟ୍ରିମୋନିଆଲ ସାଇଟ୍‌ ପର୍ଯ୍ୟନ୍ତ ସମସ୍ତ ସ୍ଥାନରେ ପୁଅ ଖୋଜିବା ଆରମ୍ଭ ହୋଇଯାଏ । ଏହା କେବଳ ମଧ୍ୟମ ବର୍ଗର ପରିବାରରେ ଦେଖା ଦେଇନଥାଏ ବରଂ ଧନି ପରିବାରରେ ମଧ୍ୟ ଏହି ଦୃଶ୍ୟ ଦେଖିବାକୁ ମିଳିଥିଏ । ତେବେ କେବଳ ଭାରତ ନୁହେଁ ବିଦେଶରେ ମଧ୍ୟ ଦେଖାଦିଏ ଏଭଳି ପରିସ୍ଥିତି ।

ଘଟଣାଟି ଥାଇଲାଣ୍ଡର । ଏଠାରେ ଜଣେ କୋଟିପତି ବାପାକୁ ନିଜ ଝିଅ ବାହାଘରର ଚିନ୍ତା ଏତେ ଘାରିଲା ଯେ, ସେ ବର ପକ୍ଷକୁ 2 କୋଟି ଟଙ୍କା ଦେବାକୁ ଘୋଷଣା କରିଛନ୍ତି । ତାଙ୍କ ନା ଆରନାନ ରୋଡଥାଗ୍ନ । ସେ ଥାଇଲ୍ୟାଣ୍ଡର କୋଟିପତି ମଧ୍ୟରେ ଗଣା ।

ତେବେ ଏଥି ନିମନ୍ତେ ତାଙ୍କର କିଛି ବଡ ସର୍ତ୍ତ ରହିନାହିଁ । ପୁଅକୁ ବଡ ଡିଗ୍ରୀ ବା ଚାକିରି କରିବାର ଆବଶ୍ୟକତା ନାହିଁ । ସେ କେବଳ ଲେଖାପଢା ଜାଣିଥିଲେ ଯଥେଷ୍ଠ । କିନ୍ତୁ ସେ ଖୁବ୍ ପରିଶ୍ରମୀ ହୋଇଥିବ ।

ରୋଡଥାଗ୍ନଙ୍କ ନିକଟରେ ଅନେକ ଚାଷଜମି ରହିଛି । ଯାହାର ଦେଖାଶୁଣା କରିବାରେ ଝିଅ ତାଙ୍କର ସହାୟତା କରନ୍ତି । ସେ ତାଙ୍କ ଝିଅ ପାଇଁ ଏଭଳି ପୁଅ ଚାହୁଁଛନ୍ତି ଯିଏକି ଭବିଷ୍ୟତରେ ତାଙ୍କ କାମ ସମ୍ଭାଳିବ ।

ସୂଚନା ଯୋଗ୍ୟ ଯେ, ଭାରତ ଭଳି ଥାଇଲାଣ୍ଡରେ ମଧ୍ୟ କନ୍ୟାଘର ପକ୍ଷରୁ ଯୌତୁକ ଦେବାର ପ୍ରଥା ଅଛି । କିନ୍ତୁ ରୋଡଥାଗ୍ନ ନିଜ ପ୍ରଥାଠୁ ଭିନ୍ନ କରି ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।

ABOUT THE AUTHOR

...view details