ଓଡିଶା

odisha

ETV Bharat / bharat

ଅଣମୌସୁମୀ ଫସଲ ଉତ୍ପାଦନ କରି ଚାଷୀ ହେଉଛନ୍ତି ମାଲାମାଲ, ପଢନ୍ତୁ କେଉଁଠି...

ପାହାଡି ରାଜ୍ୟ ହିମାଚଳପ୍ରଦେଶରେ ବଦଳିଛି ଚାଷର ପରିଭାଷା। ପାରମ୍ପାରିକ ଚାଷକୁ ଛାଡି ଅଣମୌସୁମୀ ଚାଷ କରି ପ୍ରଚୁର ପରିମାଣର ଅର୍ଥ ଉତ୍ପାର୍ଜନ କରୁଛନ୍ତି ଚାଷୀ।

By

Published : Aug 3, 2019, 2:58 PM IST

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ସିମଲା: ପାହାଡି ରାଜ୍ୟ ହିମାଚଳପ୍ରଦେଶର ବୈଜନାଥ ଉପମଣ୍ଡଳର ଛୋଟା ଭଙ୍ଗାଲ ଓ ବଡା ଭଙ୍ଗାଲରେ ପାରମ୍ପରିକ ଚାଷ ଅପେକ୍ଷା ଏବେ ଚାଷୀ ଅଣମୌସୁମୀ ଫସଲ କରି ଅତ୍ୟଧିକ ମାତ୍ରାରେ ଲାଭବାନ ହେଉଛନ୍ତି । ଅଳ୍ପ ସ୍ଥାନରେ 7 ହଜାର ଟନ ଅଦିନିଆ ଫସଲ ଲଗାଇ ପ୍ରାୟ 11 କୋଟି ଟଙ୍କାର ଲାଭ ପାଉଛନ୍ତି ।

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ସୂଚନାମୁତାବକ, ରାଜ୍ୟ କୃଷି ବିଭାଗ,ଚାଷୀଙ୍କୁ ପାରମ୍ପରିକ ଚାଷ କରିବା ଅପେକ୍ଷା ଅଣମୌସୁମୀ ଫସଲ କରିବା ପାଇଁ ପ୍ରେରିତ କରୁଛନ୍ତି । ତେବେ ଛୋଟା ଭଙ୍ଗାଲରେ 2700 ହେକ୍ଟର ଜମିରେ ଚାଷ କାମ କରାଯାଉଛି । ସରକାରୀ ସହାୟତା, ଚାଷୀଙ୍କ କଠିନ ପରିଶ୍ରମ ଓ କୃଷି ବିଭାଗର ପରାମର୍ଶ ଓ ସହଯୋଗ ପାଇଁ ଏଠାରେ ଅଣମୌସୁମୀ ଫସଲ କରି ପ୍ରଚୁର ମାତ୍ରାରେ ଲାଭବାନ ହେଉଛନ୍ତି ଚାଷୀ । ପାରମ୍ପରିକ ଚାଷ ଅନୁଯାୟୀ ଫସଲରେ ହେକ୍ଟର ପ୍ରତି 4 ରୁ 5 ହଜାର ଟଙ୍କା ପାଉଥିବା ବେଳେ ଏବେ ଅଦିନିଆ ଫସଲ କରି 25 ହଜାର ଟଙ୍କା ଲାଭବାନ ହେଉଛନ୍ତି ।

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ଏଠାରେ ପାଖାପାଖି 700 ହେକ୍ଟର ଜମିରେ ବନ୍ଧାକୋବି, ଫୁଲକୋବି, ବ୍ରୋକୋଲି, ମୂଳା ଓ ଧନିଆ ଚାଷ କରାଯାଉଛି । ବହୁତକମ ଅଞ୍ଚଳରେ 7 ହଜାର ଟନର ଅଣମୌସୁମୀ ଫସଲ ଉତ୍ପାଦନ କରାଯାଉଛି । ଆଉ ଏଥିରୁ ଚାଷୀ 11 କୋଟିରୁ ଉର୍ଦ୍ଧ୍ବ ଟଙ୍କା ଆଦାୟ କରୁଛନ୍ତି । ଆଉ ଏସବୁ ପରିବାକୁ ଅଧିକ ଦିନ ଧରି ସାଇତି ରଖିବା ପାଇଁ ସରକାର ଚାଷୀଙ୍କ ପାଇଁ ଶୀତଳ ଭଣ୍ଡାର ଖୋଲିଛନ୍ତି । ଖାଲି ସେତିକି ନୁହେଁ ଚାଷୀ ନିଜ ରାଜ୍ୟ ସହ ପଞ୍ଜାବ, ହରିୟାଣା,ଦିଲ୍ଲୀରେ ଆଦି ରାଜ୍ୟରେ ଅତି ଭଲ ଦରରେ ନିଜର ପରିବା ସବୁ ବିକ୍ରି କରି ଲାଭବାନ ହେଉଛନ୍ତି।

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ଜିଲ୍ଲା କୃଷି ଅଧିକାରୀ କୁଲଦିପ ଧୀମାନଙ୍କ କହିବାନୂଯାୟୀ, କୃଷି ବିଭାଗ ଦ୍ବାରା ନାବାର୍ଡର ସହାୟତାରେ ଅନେକ ସ୍ଥାନରେ ଜଳ ସେଚନର ସୁବିଧା କରାଯାଉଛି । ଯାହଦ୍ବାରା କୃଷକ ଭଲ ଫସଲ ଉତ୍ପାଦନ କରିପାରିବେ। ଏହାସହ ଉନ୍ନତ କିସମର ମଞ୍ଜି ଦିଆଯାଉଛି।ଯାହାଦ୍ବାରା କୃଷକ ଅତି ଉନ୍ନତ ମାନର ଫସଲ ଉତ୍ପାଦନ କରିବାରେ ସକ୍ଷମ ହେବେ।

ABOUT THE AUTHOR

...view details