ହାଇଦ୍ରାବାଦ: ଗୋଟିଏ ପଟେ ସାରା ବିଶ୍ବ କୋରୋନା ଆତଙ୍କରେ କବଳିତ ହେଉଥିବା ବେଳେ ଅନ୍ୟପଟେ ସୋସିଆଲ ମିଡିଆରେ ବଢିବାରେ ଲାଗିଛି କୋରୋନା ସମ୍ପର୍କରେ ଅପପ୍ରଚାର । ସେ ଫେସବୁକରେ ମିମ୍ସ ହେଉ କି ଟ୍ବିଟରରେ କମିକ ଭିଡିଓ, ପ୍ରତିଟିରେ କୋରୋନ ସମ୍ପର୍କିତ ଖବରକୁ ଅତିରଞ୍ଜିତ କରି ପରସା ଯାଉଛି । ଯାହାକୁ ଲୋକେ ଖୁବ ପଢୁଥିବା ଓ ଏହି ଖବରକୁ ଆଖି ବୁଜି ବିଶ୍ବାସ କରୁଥିବା ମଧ୍ୟ ଦେଖିବାକୁ ମିଳୁଛି । ତେବେ ଯେଉଁମାନେ ଏହା କରୁଛନ୍ତି ବା ଯେଉଁମାନେ ଏହି ଖବର ଅପପ୍ରଚାର କରୁଛନ୍ତି ତାହା କେତେଦୂର ଠିକ୍ ?
ବର୍ତ୍ତମାନ ସମୟରେ ସୋସିଆଲ ଡିସ୍ଟାନ୍ସିଂକୁ ନେଇ ଲୋକେ ସତର୍କ ରହୁଥିବା ବେଳେ ଏହି ଦୂରତ୍ବକୁ କମାଇବାରେ ଏକ ମୁଖ୍ୟ ଭୂମିକା ବହନ କରୁଛି ସୋସିଆଲ ମିଡିଆ । ହେଲେ ଯେଉଁ ସୋସିଆଲ ମିଡିଆ ଉପରେ ଲୋକେ ଏତେ ନିର୍ଭର କରୁଛନ୍ତି ସେ କ’ଣ ବାସ୍ତବରେ ସଠିକ ଖବର ଦେଉଛି । ଏହା ପଛରେ କେତେ ସତ୍ୟତା ରହିଛି ? ଏହାର ଉତ୍ତର ନାଁ । ବର୍ତ୍ତମାନ ସୋସିଆଲ ମିଡିଆରେ ଚାଲିଥିବା ଗୁଜବ ବା ଅପପ୍ରଚାର ପଛରେ ନା ଅଛି କୌଣସି ସତ୍ୟତା ନା ରହିଛି କୌଣସି ବିଶ୍ବସନୀୟ ତଥ୍ୟ । ଏହା ଯେ କେବଳ ମଜା ପାଇଁ ପ୍ରସ୍ତୁତ କରାଯାଉଛି ତାହା ଲୋକଙ୍କ ମାନିବାକୁ ହେବ ।