ଓଡିଶା

odisha

ETV Bharat / bharat

ପୁଣେରୁ ବିପୁଳ ପରିମାଣରେ ମାସ୍କ ଜବତ, 2 ଗିରଫ - କୋରୋନା ଭାଇରସ ଖବର

ମହାରାଷ୍ଟ୍ରର ପୁଣେରେ ଲକ୍ଷାଧିକ ଟଙ୍କାର ମାସ୍କ ଜବତ ମାସ୍କ ଜବତ । ମୋଟ 17805ଟି ମାସ୍କ ପିସ ଥିବାବେଳେ ଏହାକୁ କଳାବଜାରୀ କରିବା ପାଇଁ ବଜାରକୁ ଛାଡିବା ବ୍ୟବସ୍ଥା କରାଯାଉଥିଲା । ଅଧିକ ପଢନ୍ତୁ...

face-masks-worth-rs-4-dot-30-lakh-seized-in-pune-2-arrested
ପୁଣେରେ 4.30 ଲକ୍ଷ ଟଙ୍କା ମୂଲ୍ୟର ମାସ୍କ ଜବତ , 2 ଗିରଫ

By

Published : Mar 27, 2020, 2:52 PM IST

ମୁମ୍ବାଇ: ଲକ୍ଷାଧିକ ଟଙ୍କାର ମାସ୍କ ଜବତ । ମହାରାଷ୍ଟ୍ରର ପୁନେରେ ବ୍ୟାପକ ପରିମାଣରେ ମାସ୍କ ଜବତ କରାଯାଇଛି । ସାରା ବିଶ୍ବରେ ଆତଙ୍କ ମଚାଇଥିବା କୋରୋନା ଭାଇରସର କାୟା ବିସ୍ତାର କରିବା ପରେ ମାସ୍କର ଆବଶ୍ୟକତା ବୃଦ୍ଧି ପାଇଛି । ପୁନେ ପୋଲିସ ଶୁକ୍ରବାର ଦିନ ଦୁଇଜଣ ବ୍ୟକ୍ତିକୁ ଗିରଫ କରିଛି । ମୋଟ 17805 ଟି ମାସ୍କ ପିସ ଥିବାବେଳେ ଏହାକୁ କଳାବଜାରୀ କରିବା ପାଇଁ ବଜାରକୁ ଛାଡିବା ବ୍ୟବସ୍ଥା କରୁଥିଲେ ।

ମହାରାଷ୍ଟ୍ରର ପୁନେରେ କ୍ରାଇମବ୍ରାଞ୍ଚ ଡିସିପି ବଚ୍ଚନ ସିଂ କହିବା ଅନୁସାରେ ଜବତ ମାସ୍କର ମୂଲ୍ୟ 4.30 ଲକ୍ଷ ହେବ ବୋଲି ଜଣାପଡିଛି । ଗୁରୁବାର ଦିନ ପୁଣେର ୟୁନିଟ 1 ଅଞ୍ଚଳରେ ଏକ ଗୋଦାମରେ ରେଡ କରିବା ସମୟରେ ଜବତ କରାଯାଇଥିଲା । ସେମାନେ ମାସ୍କ ଗୁଡିକୁ କଳାବଜାରୀ କରିବା ଚଢା ଦରରେ ବଜାରରେ ବିକ୍ରିକରୁଥିବା ଜଣାପଡିଛି । ଜବତ ମାସ୍କର ପରିମାଣ 17805 ଟି ହୋଇଥିବା ବେଳେ ଏହାର ମୂଲ୍ୟ 4.30 ଲକ୍ଷ ହେବ ବୋଲି ଜଣାପଡିଛି ।

ମହାରାଷ୍ଟ୍ରରେ ଦେଶର ସର୍ବାଧିକ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସରକାର ମଧ୍ୟ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଉଠାଉଛନ୍ତି । ମହାରାଷ୍ଟ୍ର ବର୍ତ୍ତମାନ କୋରୋନା ସଂକ୍ରମଣ 127 ହୋଇଥିବା ବେଳେ 4 ଜଣ ମୃତ୍ୟୁବରଣ କରିଛନ୍ତି ।

@ANI

ABOUT THE AUTHOR

...view details