ମୁମ୍ବାଇ: ସାରା ବିଶ୍ବରେ ମହାମାରୀ ରୂପ ନେଇଛି କୋରୋନା । ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ଦୃତ ଗତିରେ ବଢୁଥିବା ବେଳେ, କୋରୋନା ସଂକ୍ରମଣକୁ ରୋକିବାକୁ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ଭାରତରେ କୋରୋନା ପଜେଟିଭଙ୍କ ସଂଖ୍ୟା 5191 ଥିବା ବେଳେ, ମୃତକଙ୍କ ସଂଖ୍ୟା 149ରେ ପହଞ୍ଚିଛି ।
ମୁମ୍ବାଇ ବାସିନ୍ଦାଙ୍କ ପାଇଁ ବାଧ୍ୟତାମୂଳକ ‘ମାସ୍କ’ - ବିଏମସି ପକ୍ଷରୁ ଜାରି ହେଲା ବିଜ୍ଞପ୍ତି
ମୁମ୍ବାଇରେ ରହୁଥିବା ଲୋକେ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ । ବିଏମସି ପକ୍ଷରୁ ଜାରି ହେଲା ବିଜ୍ଞପ୍ତି । ଅଧିକ ପଢନ୍ତୁ...
ମୁମ୍ବାଇରେ ରହୁଥିବା ଲୋକେ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ
ତେବେ ଭାରତର ମହାରାଷ୍ଟ୍ରରେ ଅଧିକ କୋରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । 1018 ଜଣ ଆକ୍ରାନ୍ତ ଥିବା ବେଳେ 64 ଜଣ ଙ୍କର ମୃତ୍ୟୁ ହୋଉଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହି ସଂକ୍ରମଣକୁ ରୋକିବା ପାଇଁ ମୁମ୍ବାଇ ବିଏମସି ପକ୍ଷରୁ ବଡ ପଦକ୍ଷେପ ଗ୍ରହଣ କରାଯାଇଛି । ମୁମ୍ବାଇରେ ବାସକରୁଥିବା ପ୍ରତ୍ୟେକ ଲୋକେ ମାସ୍କ ଲଗାଇବ ବାଧ୍ୟତା ମୂଳକ ବୋଲି ବିଏମସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଘରୁ ବାହାରକୁ ଯିବା ସମୟରେ ମାସ୍କ ଲାଗାଇବା ଜରୁରୀ ବୋଲି କୁହାଯାଇଛି।
ସୌଜନ୍ୟ @ IANS