ନୂଆଦିଲ୍ଲୀ:ଗୁରୁଦ୍ବାର ଆକ୍ରମଣ ଘଟଣା ନେଇ ବିଏସପି ନେତ୍ରୀ ମୟାବତୀଙ୍କ ବୟାନ। ଶୁକ୍ରବାର ପାକିସ୍ତାନରେ ଶିଖଙ୍କ ପବିତ୍ର ଧର୍ମପୀଠ ନନକାନା ସାହିବ ଗୁରୁଦ୍ବାର ଉପରକୁ ପଥରଫିଙ୍ଗା ଯାଇଥିଲା। ଲାହୋରରୁ 80 କିଲୋମିଟର ଦୂରରେ ଅବସ୍ଥିତ ଏହି ଗୁରୁଦ୍ବାରା। ସ୍ଥାନୀୟ ମୁସଲମାନ ସମ୍ପ୍ରଦାୟ ଲୋକେ ଗୁରୁଦ୍ବାର ଉପରକୁ ପଥରମାଡ କରିଥିଲେ।
ପାକିସ୍ତାନ ଗୁରୁଦ୍ବାର ଆକ୍ରମଣ ଘଟଣାକୁ ମାୟାବତୀଙ୍କ ନିନ୍ଦା
ପାକିସ୍ତାନ ଗୁରୁଦ୍ବାରା ଆକ୍ରମଣ ଘଟଣାକୁ ମାୟାବତୀଙ୍କ ନିନ୍ଦା। ଶୁକ୍ରବାର ପାକିସ୍ତାନର ନନକାନା ସାହିବ ଗୁରୁଦ୍ବାର ଉପରକୁ ହୋଇଥିଲା ପଥରମାଡ। ଆଗକୁ ପଢନ୍ତୁ...
ଫାଇଲ ଫଟୋ
ଏପରି ଘଟଣାର ପୁନରାବୃତ୍ତି ନହେବା ପାଇଁ ସେ କହିଛନ୍ତି। ଟ୍ବିଟ ମାଧ୍ୟମରେ ନିଜର ବୟାନ ରଖିଛନ୍ତି ମାୟାବତୀ। ଏହି ପ୍ରଦର୍ଶନର ନେତୃତ୍ବ ମହମ୍ମଦ ହସନଙ୍କ ପରିବାର କରିଛନ୍ତି। ମହମ୍ମଦ ହସନ କିଛି ମାସ ତଳେ ଶିଖ୍ ଯୁବତୀ ଜଗଜିତ କୌରଙ୍କୁ ଅପହରଣ ପରେ ଧର୍ମ ପରିବର୍ତ୍ତନ କରି ବିବାହ କରିଥିଲା। ପ୍ରଦର୍ଶନ ପରେ ସ୍ଥାନୀୟ ମୁସଲିମ ଲୋକେ ସେହି ସ୍ଥାନରେ ଗୁରୁଦ୍ବାରର ଉପସ୍ଥିତିକୁ ବିରୋଧ କରିଥିଲେ।