ନୂଆଦିଲ୍ଲୀ: ଆଜି ସକାଳଠାରୁ ଚାଲୁ ରହିଛି ସାଧାରଣ ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ମତଦାନ । ଏହି କ୍ରମରେ ଭୋଟ ଦେଉଛନ୍ତି ଅନେକ ହେଭିୱେଟ ନେତା ଓ ନେତ୍ରୀ । ବିଜେପି ନେତ୍ରୀ ତଥା ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ ନିଜ ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି । ସେ ଦିଲ୍ଲୀର ଔରଙ୍ଗଜେବ୍ ଲେନ୍ସ୍ଥିତ ଏନପି୍ ସିନିୟର୍ ସେକେଣ୍ଡାରୀ ସ୍କୁଲ ପୋଲିଂ ବୁଥ୍ରେ ନିଜ ଭୋଟ ଦେଇଛନ୍ତି ।
ଭୋଟ ଦେଲେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ - 6th phase election
ବିଜେପି ନେତ୍ରୀ ତଥା ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ ନିଜ ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି ।
ଫଟୋ ସୌଜନ୍ୟ: ଏଏନଆଇ
ମେ 12 ତଥା ରବିବାର ଦେଶରେ କେନ୍ଦ୍ରଶାସିତ ଅଞ୍ଚଳ ଦିଲ୍ଲୀ ସମେତ 6ଟି ରାଜ୍ୟରେ ମୋଟ 59ଟି ଲୋକସଭା ଆସନ ପାଇଁ ୧ ଲକ୍ଷ ୧୩ ହଜାର ବୁଥରେ ମତଦାନ ଚାଲିଛି । ୯୭୯ ଜଣ ପ୍ରାର୍ଥୀ ହୋଇଥିବାବେଳେ ୧୦ କୋଟି ୧୭ ଲକ୍ଷରୁ ଅଧିକ ଭୋଟର ଭୋଟ ଦେଉଛନ୍ତି । ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇଛି ଏବଂ ସନ୍ଧ୍ୟା ୫ଟା ଯାଏଁ ଚାଲିବ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିହାରର ୮ଟି, ହରିୟାଣାର ୧୦ଟି, ଝାଡଖଣ୍ଡର ୪ଟି, ମଧ୍ୟପ୍ରଦେଶର ୮ଟି, ଉତ୍ତରପ୍ରଦେଶର ୧୪ଟି, ପଶ୍ଚିମବଙ୍ଗର ୮ଟି, ଦିଲ୍ଲୀର ୭ଟି ଲୋକସଭା ଆସନ ପାଇଁ ଭୋଟ ପଡ଼ିବ ।