ନୂଆଦିଲ୍ଲୀ: ଆରମ୍ଭ ହୋଇଯାଇଛି ଚଳିତ ବର୍ଷର ଗ୍ରେଟର ନୋଇଡା ଏକ୍ସପୋ ମାର୍ଟ । ଏହାର 48 ତମ ସଂସ୍କରଣ ଅକ୍ଟୋବର 16ରୁ ଦିଲ୍ଲୀରେ ଆରମ୍ଭ ହୋଇଛି । ଏହି ମେଳାରେ ବିଭିନ୍ନ ସ୍ଥାନରୁ ବୃହତ ଓ କ୍ଷୁଦ୍ରଶିଳ୍ପର କ୍ରୟକାରୀ ସଂସ୍ଥା ସାମିଲ ହେବେ।
ତେବେ ଚଳିତ ବର୍ଷର ବିଷୟ ବସ୍ତୁ ଟିକେ ଭିନ୍ନ ରହିଛି । ଏହି ମେଳାର ସୌନ୍ଦର୍ଯ୍ୟ କରଣ ପାଇଁ 50 ଟନ ପ୍ଲାଷ୍ଟିକର ବ୍ୟବହାର କରାଯାଇଛି । ଯାହାଦ୍ବାରା ସମାଜକୁ ପ୍ଲାଷ୍ଟିକ ମୁକ୍ତ ବାର୍ତ୍ତା ଯିବ।
ଦିଲ୍ଲୀ ଏକସ୍ପୋ ମାର୍ଟରେ ପ୍ଳାଷ୍ଟିକ ମୁକ୍ତ ଅଭିଯାନର ବାର୍ତ୍ତା ଏହି ମେଳା ଅକ୍ଟୋବର 16ରୁ ଆରମ୍ଭ ହୋଇ 30 ପର୍ଯ୍ୟନ୍ତ ଚାଲିବ। ଯେଉଁଠି ବିଶ୍ବସ୍ତରରୁ 7 ହଜାରୁ ଊର୍ଦ୍ଧ୍ବ କ୍ରୟକାରୀ ସଂସ୍ଥା ଆସି ପହଞ୍ଚିବେ। ଏନେଇ ଏକ୍ସପୋର ମହାନିର୍ଦ୍ଦେଶକ ରାକେଶ କୁମାର କହିଛନ୍ତି ।
ବିଭିନ୍ନ ସହରରୁ ପୁଳାପୁଳା ପ୍ଲାଷ୍ଟିକ ସଂଗ୍ରହ କରାଯାଇଛି। ଯାହାକୁ ଇ-ୱେଷ୍ଟ ଭାବେ ନାମିତ କରାଯାଇଛି। ପାଖାପାଖି 50 ଟନ ପ୍ଲାଷ୍ଟିକର ବ୍ୟବହାର କରାଯାଇ ଦିଲ୍ଲୀ ଏକ୍ସପୋ ମାର୍ଟର ସୌନ୍ଦର୍ଯ୍ୟକରଣ କରାଯିବ।