ଓଡିଶା

odisha

ETV Bharat / bharat

ଇଣ୍ଡିଆ ଷ୍ଟିଲ କମ୍ପାନୀରେ ବିସ୍ଫୋରଣ, 2 ମୃତ

ବିଳମ୍ବିତ ରାତିରେ ମହାରାଷ୍ଟ୍ରର ଖୋପୋଲିରେ ଥିବା ଏକ ଇଣ୍ଡିଆ ଷ୍ଟିଲ କମ୍ପାନୀରେ ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଘଟଣାରେ 2 ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଅଧିକ ଖବର ପଢନ୍ତୁ...

By

Published : Jul 14, 2020, 10:32 AM IST

ଇଣ୍ଡିଆ ଷ୍ଟିଲ କମ୍ପାନୀରେ ବିସ୍ଫୋରଣ, 2 ମୃତ
ଇଣ୍ଡିଆ ଷ୍ଟିଲ କମ୍ପାନୀରେ ବିସ୍ଫୋରଣ, 2 ମୃତ

ରାୟଗଡ: ବିଳମ୍ବିତ ରାତିରେ ମହାରାଷ୍ଟ୍ରର ଖୋପୋଲିରେ ଥିବା ଏକ ଇଣ୍ଡିଆ ଷ୍ଟିଲ କମ୍ପାନୀରେ ଭୟଙ୍କର ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଘଟଣାରେ 2 ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ବିସ୍ଫୋରଣର ପ୍ରକୃତ କାରଣ ଜଣାପଡିନଥିବା ବେଳେ କମ୍ପାନୀ କର୍ତ୍ତୃପକ୍ଷଙ୍କ ପକ୍ଷରୁ ମଧ୍ୟ କୌଣସି ସୂଚନା ଦିଆଯାଇନାହିଁ ।

ଇଣ୍ଡିଆ ଷ୍ଟିଲ କମ୍ପାନୀରେ ବିସ୍ଫୋରଣ, 2 ମୃତ

ଏହି ବିସ୍ଫୋରଣର ଶବ୍ଦ ପ୍ରଚଣ୍ଡ ଥିଲା ଯାହା ଏକ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଯାଇଥିଲା । ବିସ୍ଫୋରଣର କାରଣ ପୋଲିସ ଖୋଜୁଥିବା ବେଳେ ପାଖରେ ଥିବା ବସ୍ତି ଗୁଡିକ ମଧ୍ୟ ଦୋହଲି ଉଠିଥିଲା ।

ମୃତକ ହେଲେ, ଦୀନେଶ ୱାମନାରାଓ ଚାଭାନ ଓ ପ୍ରମୋଦ ଦୁଧନାଥ ଶର୍ମା । ଅନ୍ୟଜଣେ ଗୁରୁତର ହେଲେ ସୁଭାଷ ଧୋଣ୍ଡିବା ୱାନଜଲେ । ଅନ୍ୟପଟେ ପୂର୍ବରୁ ମଧ୍ୟ ଅନେକ ବାର ଏମିତି ଅଘଟଣ ଘଟୁଥିଲେ ସୁଦ୍ଧା ପ୍ରଶାସନ ପକ୍ଷରୁ କିଛି ସୂଚନା ନଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details