ହାଇଦ୍ରାବାଦ: ଶେଷ ହୋଇଛି ବିହାର ବିଧାନସଭା ନିର୍ବାଚନ । ବର୍ତ୍ତମାନ କିଏ ସରକାର ଗଠନ କରିବ ସେ ନେଇ ଆରମ୍ଭ ହୋଇଯାଇଛି ଗଣିତ । ଏହି ନିର୍ବାଚନକୁ ଦେଶର ରାଜନୈତିକ ସମୀକରଣକୁ ପ୍ରଭାବିତ କରୁଥିବାରୁ ବିଭିନ୍ନ ଏକଜିଟ ପୋଲ ସଂସ୍ଥା କାହାର ସରକାର ଗଠନ ହେବ ସେ ନେଇ ପୂର୍ବାନୁମାନ କରିଛନ୍ତି । ତେଜସ୍ବୀ ଯାଦବଙ୍କ ମହାମେଣ୍ଟକୁ ସରକାର ଗଠନ ପାଇଁ ସୁଯୋଗ ରହିଥିବା କିଛି ଏକଜିଟ ପୋଲ କହିଛନ୍ତି । ସେହିଭଳି ଏନଡିଏ ମେଣ୍ଟ ମଧ୍ୟ ସରକାର ପାଇଁ ଦାବିଦାର ରହିଛି । ସେପଟେ ଚିରାଗ ପାଶୱାନଙ୍କ ଏଲଜେପିକୁ ସେ ଭଳି କୌଣସି ଆଶା ମିଳୁନାହିଁ । ଏ ନେଇ ଟାଇମ୍ସ ନାଓ ସି ଭୋଟର ଓ ରିପବ୍ଲିକ ଜନ କି ବାତ ଏକଜିଟ ପୋଲ ଘୋଷଣା କରିଛନ୍ତି ।
ଟାଇମ୍ସ ନାଓ ସି ଭୋଟର
ଏକଜିଟ ପୋଲ କରିଥିବା ଟାଇମ୍ସ ନାଓ ସି ଭୋଟର ଅନୁଯାୟୀ ନୀତିଶ କୁମାରଙ୍କ ଏନଡିଓ ମେଣ୍ଟକୁ 116 ସିଟ ମିଳୁଥିବାବେଳେ ତେଜସ୍ବୀ ଯାଦବଙ୍କ ମହାମେଣ୍ଟକୁ 120 ସିଟ ମିଳୁଥିବା ଏକଜିଟ ପୋଲରେ କୁହାଯାଇଛି । ଏହି ସମୟରେ ଚିରାଗ ପାଶୱାନଙ୍କ ନେତୃତ୍ୱାଧୀନ ଏଲଜେପି କିଛି ଆସନ ପାଇବ ବୋଲି ପୂର୍ବାନୁମାନ କରାଯାଇଛି । ସେହିପରି ଅନ୍ୟ ଦଳମାନଙ୍କୁ 6 ଟି ସିଟ ଦିଆଯାଇଛି।
ରିପବ୍ଲିକ ଜନ କି ବାତ
ସେହିପରି ରିପବ୍ଲିକ୍ ଜନ କି ବାତ ଏକଜିଟ୍ ପୋଲ୍ ମଧ୍ୟ ପୂର୍ବାନୁମାନ କରିଛି ଏନଡିଏ ଅପେକ୍ଷା ମହାମେଣ୍ଟ ଅଧିକ ସିଟ୍ ଜିତିବ। ଆରଜେଡି ନେତୃତ୍ୱାଧୀନ ମହାମେଣ୍ଟ 118-138 ସିଟ୍ ଜିତିବ ବୋଲି ଆକଳନ କରାଯାଇଥିବାବେଳେ ଏନଡିଏ 91-117 ସିଟ ପାଇବ ବୋଲି ଆକଳନ କରାଯାଇଛି । ଏହି ସମୟରେ ଏକଜିଟ୍ ପୋଲ୍ ଚିରାଗ ପାଶୱାନଙ୍କ ଏଲଜେପିକୁ କୁ ମାତ୍ର 5-8 ସିଟ୍ ଦେଇଥିଲା ବେଳେ ଅନ୍ୟ ଦଳମାନେ 3-6 ସିଟ୍ ଜିତିବେ ବୋଲି ଆକଳନ କରାଯାଇଛି ।