ଓଡିଶା

odisha

ETV Bharat / bharat

102 କେଜି ଗଞ୍ଜେଇ ଜବତ, 2 ଗିରଫ

ତେଲେଙ୍ଗାନା ପୋଲିସକୁ ବଡ ସଫଳତା । 2 ଗଞ୍ଜେଇ ବ୍ୟବସାୟୀଙ୍କୁ ଗରଫ କରିବା ସହ 102 କେଜି ଗଞ୍ଜେଇ ଜବତ କଲା ପୋଲିସ ।

By

Published : May 25, 2019, 11:41 PM IST

ଫଟୋ ସୌଜନ୍ୟ: ANI

ହାଇଦ୍ରାବାଦ: ଥମୁନି ଗଞ୍ଜେଇ ଚୋରାଚାଲାଣ । ପ୍ରତିଦିନ ଶହ ଶହ କ୍ବିଣ୍ଟାଲର ଗଞ୍ଜେଇ ଚାଲାଣ ହେଉଛି । ଗଞ୍ଜେଇ ବ୍ୟବସାୟ କରି ପୋଲିସ ହାତରେ ଧରାପଡିଲେ ସୁଦ୍ଧା ବ୍ୟବସାୟୀଙ୍କ ମନରେ ଭୟ ନାହିଁ । ତେଲେଙ୍ଗାନାର ମେଡଚାଲରୁ ପୁଣି ଧରାପଡିଲା ଗଞ୍ଜେଇ । ଉପ୍ପଲ ଅବକାରୀ ବିଭାଗ 102 କେଜିର ଗଞ୍ଜେଇ ଜବତ କରିଛି ।

ଏହି ଘଟଣାରେ 2 ଜଣ ଗିରଫ ହୋଇଛନ୍ତି । ସେପଟେ ଜବତ କରାଯାଇଥିବା ଗଞ୍ଜେଇର ଦାମ ପାଖାପାଖି 14 ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ଥିବା ପୋଲିସ ସୂଚନା ଦେଇଛି । 2 ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି । ଏସମ୍ପର୍କରେ ପୋଲିସ ଅଧିକ ତଦନ୍ତ କରୁଛି ।

ABOUT THE AUTHOR

...view details