ଓଡିଶା

odisha

ETV Bharat / bharat

ସେନାଧିକାରୀଙ୍କୁ ମାଡ, ଫଡନାଭିସ କହିଲେ ଶିବସେନା ଚଳାଇଛି 'ଗୁଣ୍ଡା ରାଜ୍' - ସେନାଧିକାରୀଙ୍କୁ ମାଡ

ଅବସରପ୍ରାପ୍ତ ଭାରତୀୟ ନୈସେନା ଅଧିକାରୀଙ୍କୁ ଆକ୍ରମଣ କରି ଶୁକ୍ରବାର ଚାରିଜଣ ଶିବସେନା କର୍ମଚାରୀଙ୍କୁ ଗିରଫ କରାଯାଇଛି। ଏହି ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଚକିତ ହୋଇ ଠାକୁର ସରକାରଙ୍କୁ ନିନ୍ଦା କରିଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି।

ସେନାଧିକାରୀଙ୍କୁ ମାଡ, ଫଡନାଭିସ କହିଲେ ଶିବସେନା ଚଳାଇଛି ''ଗୁଣ୍ଡା ରାଜ୍''
ସେନାଧିକାରୀଙ୍କୁ ମାଡ, ଫଡନାଭିସ କହିଲେ ଶିବସେନା ଚଳାଇଛି ''ଗୁଣ୍ଡା ରାଜ୍''

By

Published : Sep 12, 2020, 8:35 AM IST

ମୁମ୍ବାଇ: ଅବସରପ୍ରାପ୍ତ ଭାରତୀୟ ନୈସେନା ଅଧିକାରୀଙ୍କୁ ଆକ୍ରମଣ କରି ଶୁକ୍ରବାର ଚାରିଜଣ ଶିବସେନା କର୍ମଚାରୀଙ୍କୁ ଗିରଫ କରାଯାଇଛି। ପୋଲିସ କହିଛି ଯେ ହ୍ବାଟସାପରେ ଏକ କାର୍ଟୁନ୍ ପଠାଇ ଏହି ସେନା କର୍ମଚାରୀ ମୁଖ୍ୟମନ୍ତ୍ରୀ ଉଦ୍ଧବଙ୍କ ଏକ କାର୍ଟୁନ ସେୟାର କରିଥିଲେ। ଯାହାକୁ ନେଇ ଶିବସେନାର ଏହି କର୍ମୀମାନେ ତାଙ୍କୁ ନିର୍ଦ୍ଧୁମ ଛେଚିଥିଲେ।

ଏହି ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଚକିତ ହୋଇ ଠାକୁର ସରକାରଙ୍କୁ ନିନ୍ଦା କରିଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି।

‘ଅତ୍ୟନ୍ତ ଦୁଃଖଦ ଏବଂ ଆଶ୍ଚର୍ଯ୍ୟଜନକ ଘଟଣା। ହ୍ବାଟସାପ୍ ମେସେଜ୍ ଫରୱାର୍ଡ ହେତୁ ଜଣେ ଅବସରପ୍ରାପ୍ତ ନୈସେନା ଅଧିକାରୀ ମାଡ ମରାଯାଇଛି। ଦୟାକରି ଏହି ଗୁଣ୍ଡରାଜ ଉଦ୍ଧବ ଠାକରେ ଜୀ ବନ୍ଦ କରନ୍ତୁ। ଏହି ଗୁଣ୍ଡାମାନଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଏବଂ ଦଣ୍ଡ ଦାବି କରୁଛୁ ବୋଲି ଫଡନାଭିସ ଟ୍ବିଟ କରି କହିଛନ୍ତି।‘

ସେନା ଅଧିକାରୀ ମଦନଙ୍କ କହିବାନୁସାରେ, ସେ ମେସେଜ ଫରୱାର୍ଡ କରିବା ପରେ ତାଙ୍କୁ ଧମକ ପୂର୍ଣ୍ଣ ମେସେଜ ଓ ଫୋନ କଲ ଆସିଥିଲା । 8ରୁ 10 ଜଣ ବ୍ୟକ୍ତି ତାଙ୍କୁ ମାଡ ମାରିଥିଲେ । ‘ମୁଁ ନିଜର ସାରା ଜୀବନ ଦେଶ ପାଇଁ କାମ କରିଛି, ଏପରି ସରକାରଙ୍କ ଅସ୍ତିତ୍ବ ରହିବା କଥା ନୁହେଁ ।’ଏହି ଘଟଣାଟି ଶୁକ୍ରବାର ସକାଳ 11.30 ସମୟରେ ଲୋଖଣ୍ଡୱାଲା କମ୍ପ୍ଲେକ୍ସ ଅଞ୍ଚଳର କାଣ୍ଡିଭାଲିରେ ଘଟିଥିଲା । ଏହି ମାମଲାରେ ପୋଲିସ ଆଇପିସି ଧାରା 325 ଅଧିନରେ ରୁଜୁ କରି ତଦନ୍ତ କରୁଛି ।

ABOUT THE AUTHOR

...view details