ନୂଆଦିଲ୍ଲୀ: ଶନିବାର ଶେଷ ହୋଇଛି ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ । ଶାସକ ଆମ ଆଦମୀ ପାର୍ଟି ଓ ବିଜେପି ମଧ୍ୟରେ କଡା ମୁକାବିଲା ହୋଇଥିବାବେଳେ ସିଏଏ ବିରୋଧରେ ପ୍ରଦର୍ଶନ ପାଇଁ ଚର୍ଚ୍ଚାରେ ଥିବା ଶାହୀନବାଗରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ ସୁନିଶ୍ଚିତ କରାଯାଇଥିଲା । ଶାହୀନବାଗରେ ଭୋଟ ଦେବାପାଇଁ ଭୋଟର ଲମ୍ବା ଲାଇନ ଲଗାଇଥିଲେ । ଶାହୀନ ବାଗରେ ଗତ ଦୁଇ ମାସ ଧରି ସିଏଏକୁ ବିରୋଧ କରି ମହିଳା ପ୍ରତିବାଦରେ ବସିଛନ୍ତି ।
ଶାହୀନ ବାଗରେ ଇଟିଭି ଭାରତ: ନିର୍ବାଚନ ଦିନ କେମିତି ଥିଲା ସ୍ଥିତି ?
ଶେଷ ହୋଇଛି ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ । 11ରେ ଆସିବ ଫଳ । ନିର୍ବାଚନ ଦିନ କେମିତି ଥିଲା ଶାହୀନବାଗ ସ୍ଥିତି ?
ଦିଲ୍ଲୀ ନିର୍ବାଚନ ପାଇଁ ସ୍ଥିତି ଗମ୍ଭୀର ଥିବାବେଳେ ଏହାକୁ ନେଇ ସେଠାରେ ରାଜନୀତି ମଧ୍ୟ ଜୋର ଧରିଥିଲା । ଶାହୀନ ବାଗରେ ବିକ୍ଷୋଭ କରୁଥିବା ବିକ୍ଷୋଭକାରୀଙ୍କୁ ବିଜେପି ଦେଶଦ୍ରୋହୀ ଭାବେ ଘୋଷଣା କରିବାକୁ ଦାବି କରିଥିଲା ।
ଶନିବାର ଭୋଟ ଗ୍ରହଣ ଚାଲିଥିବା ବେଳେ ଇଟିଭି ଭାରତ ପହଞ୍ଚିଥିଲା ଆନ୍ଦୋଳନ ସ୍ଥଳରେ । ଆମେ ଜାଣିବାକୁ ଚାହିଁଥିଲୁ ଆନ୍ଦୋଳନକାରୀଙ୍କ ସମସ୍ୟା ଓ ଦାବି । ଆନ୍ଦୋଳନକାରୀଙ୍କ ସହ କଥା ହେବା ବେଳେ ଜଣେ 70 ବର୍ଷିୟା ଆନ୍ଦୋଳନକାରୀ କହିଥିଲେ ଆମେ ଆମର ସମ୍ବିଧାନ ରକ୍ଷା ପାଇଁ ଏଠି ଏକାଠି ହୋଇଛୁ । ଏହାସହ ଆମେ କ୍ଷମତାସୀନ ଦଳଙ୍କ ନିକଟରେ ଦାବି କରୁଛୁ ସେମାନେ ତାନାଶାହୀ ଯୁଗ ସମାପ୍ତ କରନ୍ତୁ , ଯୁବକଙ୍କ ଦାବି ଶୁଣନ୍ତୁ । ତେବେ ଆଉ କଣ ସବୁ କହୁଛନ୍ତି ଆନ୍ଦୋଳନକାରୀ ଦେଖନ୍ତୁ..