ଓଡିଶା

odisha

ETV Bharat / bharat

ପରିବର୍ତ୍ତନର ଦୂତ ସାଜିବ 'ଇଟିଭି ଭାରତ' ଆପ: ଉପରାଷ୍ଟ୍ରପତି

"ଗୋଳାବାରୁଦଠାରୁ ଆହୁରି ଶକ୍ତିଶାଳୀ, ସଠିକ ସମୟରେ ସଠିକ ସୂଚନା । ଆଜିକାଲିର ଟେକ୍ନୋଲୋଜି ଦୁନିଆରେ ଯିଏ ଆଗ ସିଏ ବାଘ । ଇଣ୍ଟରନେଟ୍ ଗୋଟିଏ ଡିଜିଟାଲ୍ ମଞ୍ଚ, ଯେଉଁଠି ଚୁଟକିରେ ଗାଁରୁ ଗ୍ଲୋବ ଯୋଡି ହୋଇଥାନ୍ତି । ସମସ୍ତ ଦେଶବାସୀ ମଧ୍ୟ ଏହାକୁ ଆପଣାଇ ନେବା ଅତ୍ୟନ୍ତ ଜରୁରୀ । 'ଇଟିଭି ଭାରତ' ଆପ ଲଞ୍ଚ ଉନ୍ମୋଚନ କରି ଏହା କହିଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ।

By

Published : Mar 21, 2019, 3:47 PM IST

ଫଟୋ ସୌଜନ୍ୟ: ଇଟିଭି ଭାରତ

ହାଇଦ୍ରାବାଦ: "ଗୋଳାବାରୁଦଠାରୁ ଆହୁରି ଶକ୍ତିଶାଳୀ, ସଠିକ ସମୟରେ ସଠିକ ସୂଚନା । ଆଜିକାଲିର ଟେକ୍ନୋଲୋଜି ଦୁନିଆରେ ଯିଏ ଆଗ, ସିଏ ବାଘ । ଇଣ୍ଟରନେଟ୍ ଗୋଟିଏ ଡିଜିଟାଲ୍ ମଞ୍ଚ, ଯେଉଁଠି ଚୁଟକିରେ ଗାଁରୁ ଗ୍ଲୋବ ଯୋଡି ହୋଇଥାନ୍ତି । ଗୋଟିଏ କ୍ଲିକରେ ମିଳିଥାଏ ସଡକଠୁ ସଂସଦ ପର୍ଯ୍ୟନ୍ତ ସୂଚନା । ତେଣୁ ବର୍ତ୍ତମାନ ଦୁନିଆରେ ସୂଚନା ସବୁକିଛି । ଏହା ସମାଜରେ ପରିବର୍ତ୍ତନ ଓ ବିପ୍ଲବ ଆଣିପାରେ । ଏପରିକି ଡିଜିଟାଲ ଆଡକୁ ଅଗ୍ରସର ହେଉଥିବା ଭାରତ ପାଇଁ ଟେକ୍ନୋଲୋଜିର ବ୍ୟାପକ ରୂପାନ୍ତରଣ ଆବଶ୍ୟକ । ସମସ୍ତ ଦେଶବାସୀ ମଧ୍ୟ ଏହାକୁଆପଣାଇନେବା ଅତ୍ୟନ୍ତ ଜରୁରୀ । ତେବେ ଡିଜିଟାଲ୍ ଦୁନିଆକୁ ଗ୍ରାଣ୍ଡ ଏଣ୍ଟ୍ରି ମାରିଛି 'ଇଟିଭି ଭାରତ' । ଏହି ଆପ୍ ସମାଜରେ ପରିବର୍ତ୍ତନର ଦୂତ ସାଜିବା ସହିତ ସଠିକ, ନିରପେକ୍ଷ, ନିର୍ଭିକ, ନିର୍ଭୁଲ ଖବର ପରିବେଷଣ କରି ବିପ୍ଲବ ଆଣୁ" ବୋଲି 'ଇଟିଭି ଭାରତ' ଆପ ଲଞ୍ଚ ଉନ୍ମୋଚନ କରି ଏହା କହିଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ଡିଜିଟାଲ ଦୁନିଆର ଏବେ ଡିଜିଟାଲ ଗଣମାଧ୍ୟମ ରାଜ କରୁଛି । ତେଣୁ ଡିଜିଟାଲ ମଞ୍ଚରେ ଇଟିଭି ଭାରତ ଆପ ସଫଳତାର ଶୀର୍ଷରେ ପହଞ୍ଚୁ । ଭାରତୀୟ ଗଣମାଧ୍ୟମ ଇତିହାସରେ ଇଟିଭିର ପରିଚୟ ସ୍ବତନ୍ତ୍ର ଏବଂ ଖାସ । ଦେଶ ସ୍ବାଧାନତା ପରେ ରାମୋଜୀ ଗ୍ରୁପ ଗଣମାଧ୍ୟମକୁ ନୂଆ ନୂଆ ରୂପ ଦେଇଛି । ବିଶେଷ କରି ଇଟିଭି ଦେଶର ଏକ ପ୍ରିମିଅର ସମ୍ବାଦ ପରିବେଶଷ ସଂସ୍ଥା । ଏହି ସଂସ୍ଥା ଅନ୍ନଦାନ, ମାର୍ଗଦର୍ଶୀ ଭଳି ହିଟ ଘରୋଇ ଚ୍ୟାନେଲ ଜରିଆରେ ଲୋକଙ୍କ ଜୀବନ ସହ ସିଧାସଳଖ ଯୋଡି ହୋଇଛନ୍ତି । ତେଣୁ ଏହି ଗ୍ରୁପର 'ଇଟିଭି ଭାରତ' ଗ୍ରାଣ୍ଡ ଲଞ୍ଚରେ ସାମିଲ ହୋଇଥିବାରୁ ବେଶ ଆନନ୍ଦିତ ।

ହ୍ରାଇଦ୍ରାବାଦ ସ୍ଥିତ ବିଶିଷ୍ଟ ବ୍ୟବସାୟିକ ଅନୁଷ୍ଠାନ ରାମୋଜୀ ଗ୍ରୁଫ ପକ୍ଷରୁ ଏହି ଆପକୁ ବିକଶିତ କରାଯାଇଛି । ବର୍ତ୍ତମାନ ସମୟରେ ସୋସିଆଲ ମିଡିଆ ଖବରର ଏକ ନୂଆ ପରିଭାଷା ସାଜିଥିବା ବେଳେ ଏହି ଆପ ନିରନ୍ତର ପ୍ରୟାସ ମାଧ୍ୟମରେ ସର୍ବାଦୃତ ହୋଇପାରିବ । ନିର୍ଭୁଲ ଓ ନିରପେକ୍ଷକ ଖବର ପହଞ୍ଚାଇବ ଇଟିଭି । ଦେଶବିଦେଶର ସମସ୍ତ ଖବର, ଆଞ୍ଚଳିକ ଖବର, ସମସ୍ୟା, ପ୍ରଶାସନ,ଶିଳ୍ପ, ଶିକ୍ଷା, କ୍ରୀଡା, ବ୍ୟବସାୟ, ଅପରାଧ, ମନୋରଞ୍ଜନ ଭିତ୍ତିକ ଖବର ପରିବେଷଣ କରିବ ବୋଲି ଉପରାଷ୍ଟ୍ରପତି ଆଶା ପୋଷଣ କରିଛନ୍ତି ।

ଇଟିଭି ଭାରତ ଓ୍ବାନ ନେସନ ଓ୍ବାନ ଆପ ମାଧ୍ୟମରେ ଆପଣ ପ୍ରତି କ୍ଷଣରେ ପ୍ରତିଟି ଖବର ହାତ ମୁଠାରେ ପାଇପାରିବେ ବୋଲି ଉପରାଷ୍ଟ୍ରପତି କହିଛନ୍ତି ।


ABOUT THE AUTHOR

...view details