ଓଡିଶା

odisha

ETV Bharat / bharat

25 ବର୍ଷରେ ପାଦ ଥାପିଲା ଆପଣଙ୍କ ପ୍ରିୟ ଚ୍ୟାନେଲ ETV - ଇଟିଭି

ରାମୋଜୀ ଗ୍ରୁପ୍‌ର ଅଧିନରେ ଥିବା ଇଟିଭି ନିଜର ଗୌରବମୟ 25 ବର୍ଷ ପୂରଣ କରିଛି । ଏହି ଅବସରରେ ରାମୋଜୀ ଫିଲ୍ମ ସିଟିରେ ଇଟିଭିର ରଜତ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଥିଲା | ଅଧିକ ପଢନ୍ତୁ...

25 ବର୍ଷରେ ପାଦ ଥାପିଲା ଆପଣଙ୍କ ପ୍ରିୟ ଚ୍ୟାନେଲ ETV
25 ବର୍ଷରେ ପାଦ ଥାପିଲା ଆପଣଙ୍କ ପ୍ରିୟ ଚ୍ୟାନେଲ ETV

By

Published : Aug 27, 2020, 8:24 PM IST

ହାଇଦ୍ରାବାଦ: ରାମୋଜୀ ଗ୍ରୁପ୍‌ର ଅଧିନରେ ଥିବା ଇଟିଭି ନିଜର ଗୌରବମୟ 25 ବର୍ଷ ପୂରଣ କରିଛି । ଏହି ଅବସରରେ ରାମୋଜୀ ଫିଲ୍ମ ସିଟିରେ ଇଟିଭିର ରଜତ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଥିଲା | ରାମୋଜି ଗ୍ରୁପ୍‌ର ଚେୟାରମ୍ୟାନ ରାମୋଜୀ ରାଓ, ପରିବାର ସଦସ୍ୟ ଓ ସଂସ୍ଥାର କର୍ମଚାରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ଇଟିଭି ଚ୍ୟାନେଲର ସିଇଓ ବାପି ନାଇଡୁ, ବିଭାଗୀୟ ମୁଖ୍ୟ, ଆରଏଫସିର ପରିଚାଳନା ନିର୍ଦ୍ଦେଶକ ରାମ ମୋହନ ରାଓ ଇନାଡୁର ପରିଚାଳନା ନିର୍ଦ୍ଦେଶକ କିରଣ, ରାମୋଜି ରାଓ ପରିବାରର ତୃତୀୟ ପିଢୀର ସଦସ୍ୟ ସାହାରୀ-ରାଚେସ, ସୋହାନା-ବିନୟ, ବ୍ରିହାଥୀ ଏବଂ ସୁଜୟ ମଧ୍ୟ ଉପସ୍ଥିତ ଥିଲେ।

ଚ୍ୟାନେଲର 25 ତମ ପ୍ରତିଷ୍ଠା ଦିବସ ପାଳନ କରିବାକୁ ରାଓଙ୍କ ନାତି ସୁଜୟ କେକ କାଟିଥିଲେ | ଏହି ଅବସରରେ କର୍ମଚାରୀମାନେ ଚ୍ୟାନେଲର 25 ବର୍ଷର ଯାତ୍ରାକୁ ସ୍ମରଣ କରିଛନ୍ତି | ଏହି ଉତ୍ସବରେ ଇଟିଭି ନେଟୱାର୍କର ମୁଖ୍ୟ ପି.କେ ମନଭି , ସଚିବ ଜି ଶ୍ରୀନିବାସ, ଇନାଡୁ ନିର୍ଦ୍ଦେଶକ ଆଇ ଭେଙ୍କଟ ଏବଂ ଗ୍ରୁପ୍ ଏଚଆର-ସଭାପତି ଗୋପାଳ ରାଓ ମଧ୍ୟ ଯୋଗ ଦେଇଥିଲେ।

ଇଟିଭିର ରଜତ ଜୟନ୍ତୀ ଅବସରରେ ସାଉଥ୍‌ ସୁପରଷ୍ଟାର ଚୀରଞ୍ଜିବ କହିଛନ୍ତି, ଭାରତୀୟ ଟେଲିଭିଜନରେ ବିପ୍ଳବ ଏବଂ 24 ଘଣ୍ଟିଆ ଚ୍ୟାନେଲ ସୃଷ୍ଟି କରିବାର ଶ୍ରେୟ ରାମୋଜି ରାଓକୁ ଯାଇଥାଏ | ସେ ମୋ ପାଇଁ ପିତାଙ୍କଠାରୁ କମ ନୁହଁନ୍ତି | ତାଙ୍କର ପ୍ରୟାସ, ଦୃଢତା ଏବଂ ଉତ୍ସର୍ଗୀକୃତତା ହେଉଛି ଇଟିଭିର 25 ବର୍ଷ ସଫଳତା ପଛର ଶକ୍ତି | ତେଲୁଗୁ ଲୋକମାନେ ତାଙ୍କୁ ସବୁଦିନ ପାଇଁ ସମ୍ମାନ କରିବେ।

ସେହିପରି ଚଳଚିତ୍ର ପ୍ରଜୋଜକ ରାଜମୌଲି କହିଛନ୍ତି, ମୁଁ ଇଟିଭି ସହିତ ଏକ ବିଶେଷ ସମ୍ପର୍କ ବାଣ୍ଟିଛି | ସନ୍ଥୀ ନିଭାସାମ ଧାରାବାହିକର ନିର୍ଦ୍ଦେଶକ ଭାବରେ ମୋର ନାଁ ପ୍ରଥମ ଥର ପରଦାରେ ଦେଖାଗଲା | ଏହିପରି ଏକ ନିର୍ଭରଯୋଗ୍ୟ ଚ୍ୟାନେଲ ବର୍ତ୍ତମାନ 25 ବର୍ଷ ପୁରୁଣା | ତେବେ ଚ୍ୟାନେଲକୁ ଆହୁରି ଅନେକ ସଫଳ ବର୍ଷ କାମନା କରୁଛି କରିଛନ୍ତି ସେ ।

25 ବର୍ଷରେ ପାଦ ଥାପିଲା ଆପଣଙ୍କ ପ୍ରିୟ ଚ୍ୟାନେଲ ETV

ଇଟିଭିର 25 ବର୍ଷର ଯାତ୍ରା

ପଚିଶ ବର୍ଷ ପୂର୍ବେ ଆଜିର ଦିନରେ ଆକାଶର ଇନ୍ଦ୍ରଧନୁ ଆମ ଅଗଣାକୁ ଓହ୍ଲାଇ ଜୀବନରେ ଆନନ୍ଦ ଆଣିବା ସହ ମନୋରଞ୍ଜନରେ ଭରିଦେଇଥିଲା | 27 ଅଗଷ୍ଟ, 1995 ପ୍ରତିଷ୍ଠା ହୋଇଥିଲା ଇଟିଭି । ସେହି ଦିନ ଦକ୍ଷିଣ ଭାରତୀୟ ଟେଲିଭିଜନରେ ଏକ ନୂତନ ଯୁଗର ଅୟମାରମ୍ଭ ଇଥିଲା। ଦକ୍ଷିଣ ଭାରତୀୟ ସିନେମାର ରାଣୀ ଶ୍ରୀଦେବୀ ଦୀପ ପ୍ରଜ୍ବଳନ କରି ଚ୍ୟାନେଲର ଉଦଘାଟନ କରିଥିଲେ। ଇନାଡୁ ଗ୍ରୁପ୍‌ର ଚେୟାରମ୍ୟାନ ରାମୋଜୀ ରାଓ ତେଲୁଗୁ ଲୋକଙ୍କୁ କହିଥିଲେ ଯେ ସୁସ୍ଥ ମନୋରଞ୍ଜନ ପାଇଁ ଇଟିଭି ଏକ ଉତ୍କୃଷ୍ଠ ଚ୍ୟାନେଲ ହେବ। ସେହି ଦିନଠାରୁ ତେଲୁଗୁ ମନୋରଞ୍ଜନ ଜଗତରେ ଦେଖିବାକୁ ମିଳିଥିଲା ଏକ ବଡ଼ ସଂସ୍କାର ।

ପରିଚାଳନା ନିର୍ଦ୍ଦେଶକ ସୁମନଙ୍କ ନେତୃତ୍ବରେ ଦକ୍ଷ ଦଳ ଚ୍ୟାନେଲରେ ଅନେକ ନୂତନ ପରିବର୍ତ୍ତନ ଆଣିଥିଲେ | ବାସ୍ତବରେ, ତେଲୁଗୁରେ ETV ହେଉଛି ପ୍ରଥମ 24 ଘଣ୍ଟିଆ ସାଟେଲାଇଟ ଚ୍ୟାନେଲ ଥିଲା | ଏକ ସମୟରେ ଯେତେବେଳେ ଲୋକଙ୍କୁ କେବଳ କିଛି ଗୀତ ଦେଖିବା ପାଇଁ ପୁରା ସପ୍ତାହ ଅପେକ୍ଷା କରିବାକୁ ପଡୁଥିଲା, ସେତେବେଳେ ଇଟିଭି ପ୍ରତିଦିନ ଚଳଚ୍ଚିତ୍ର ପ୍ରସାରଣ ଆରମ୍ଭ କଲା |

ଇଟିଭିର ସଫଳତାର କାହାଣୀ ଟେଲିଭିଜନ ଇଣ୍ଡଷ୍ଟ୍ରି ବାହାରେ ପ୍ରତିଫଳିତ ହୋଇଛି | ଚ୍ୟାନେଲ ମାସକୁ ହାରାହାରି 90 କୋଟି ଭ୍ୟୁ ସହିତ ଶୀର୍ଷ ମାନ୍ୟତା ପାଇଥାଏ | ଏହା 100 କୋଟି ଭ୍ୟୁ ଆଡକୁ ଗତି କରୁଛି | ଛୋଟ ପରଦା ହେଉ କିମ୍ବା ଡିଜିଟାଲ୍ ଚ୍ୟାନେଲ୍, ଦର୍ଶକମାନେ ନିଶ୍ଚିତ ଭାବରେ ଇଟିଭିକୁ ସବୁବେଳେ ରେଡ କାର୍ପେଟ ସହିତ ସ୍ବାଗତ କରିଛନ୍ତି | ଚ୍ୟାନେଲ ଏହାର ଦର୍ଶକଙ୍କୁ ସମ୍ମାନିତ କରେ ଏବଂ ଆହୁରି ଅନେକ ମାଇଲଖୁଣ୍ଟ ହାସଲ କରିବାକୁ ପ୍ରତିଜ୍ଞା କରେ |

ABOUT THE AUTHOR

...view details