ଓଡିଶା

odisha

ETV Bharat / bharat

ଡେଙ୍ଗୁ ରୋଗୀଙ୍କୁ ନାହିଁ ଜୀକା ଭୟ - ଜୀକା ଭୟ

ଆପଣଙ୍କୁ ଯଦି ଡେଙ୍ଗୁ ହୋଇଥାଏ ତାହାଲେ ଜୀକା ଭାଇରସ ସଂକ୍ରମଣ ହେବା ଖୁବ୍ କମ୍‌ ସମ୍ଭାବନା ରହିଛି । ଏକଥା ବ୍ରାଜିଲ ବୈଜ୍ଞାନିକ ଏକ ସର୍ଭେରୁ ଜାଣିବାକୁ ପାଇଛନ୍ତି ।

ପ୍ରତିକାତ୍ମକ ଫଟୋ

By

Published : May 19, 2019, 10:22 PM IST

ନୂଆଦିଲ୍ଲୀ: ମାରାତ୍ମକ ଜୀକା ଭାଇରସକୁ ନେଇ ଏକ ଆଶ୍ଚର୍ଯ୍ୟ କଲା ଭଳି ଖବର ସାମ୍ନାକୁ ଆସିଛି । ଜୀକା ଭାଇରସ ଠାରୁ ବଞ୍ଚିବା ଉପାୟ ହେଉଛି ଡେଙ୍ଗୁ । ଅର୍ଥାତ୍ ଆପଣଙ୍କୁ ଯଦି ଡେଙ୍ଗୁ ହୋଇଥାଏ ତାହାଲେ ଜୀକା ଭାଇରସ ସଂକ୍ରମଣ ହେବା ଖୁବ୍ କମ୍‌ ସମ୍ଭାବନା ରହିଛି । ଏହି କଥା ଆମେ କହୁନୁ ବ୍ରାଜିଲର ବୈଜ୍ଞାନିକମାନେ ଏକ ସର୍ଭେରୁ ଜାଣିବାକୁ ପାଇଛନ୍ତି ।

ଡେଙ୍ଗୁ ସହ ଲଢିବା ଆମ ଶରୀରରେ ଉତ୍ପନ ହୋଇଥାଏ ଆଣ୍ଟିବଡିଜ୍‌ । ଯାହା ଫଳରେ ଜୀକା ଭାଇରସ ଶରୀରରେ ପ୍ରବେଶ ହେଲେ ମଧ୍ୟ ଏତେଟା ପ୍ରଭାବ ପକାଇପାରେ ନାହିଁ ବୋଲି ବୈଜ୍ଞାନିକ ମାନେ ସର୍ଭେରୁ ଉପନିତ ହୋଇଛନ୍ତି । ଏଥିପାଇଁ ବାୟୋଲୋଜିଷ୍ଟି ପ୍ରଫେସର ଫେକିକ୍ସ ଡ୍ରିକ୍ସଲର କୁହନ୍ତି, ଯେଉଁମାନଙ୍କୁ ଡେଙ୍ଗୁ ହୋଇ ସାରିଛି ସେମାନଙ୍କୁ ଜୀକାକୁ ଡରିବା ଆଦୌ ଆବଶ୍ୟକତା ନାହିଁ ।

ଅନ୍ୟପଟେ ବୈଜ୍ଞାନିକଙ୍କ କହିବା ଅନୁସାରେ, ଜୀକା ଭାଇରସ ଅତ୍ୟନ୍ତ ମାରାତ୍ମକ ଅଟେ । ଯଦି କୌଣସି ଗର୍ଭବତୀ ମହିଳା ଜୀକା ଭାଇରସ ଦ୍ବାରା ସଂକ୍ରମିତ ହୁଏନ୍ତି । ତାହା ତାଙ୍କ ଆଗାମୀ ସନ୍ତାନ ପାଇଁ ବେଶ ବିପଦ ଜନକ ସାବ୍ୟସ୍ତ ହୋଇପାରେ । ଶିଶୁର ମାନସିକ ସ୍ତରରେ ଗଭୀର ପ୍ରଭାବ ପକାଇଥାଏ ।

ABOUT THE AUTHOR

...view details