ଓଡିଶା

odisha

ETV Bharat / bharat

ରମେଶଙ୍କ ପ୍ରକୃତି ପ୍ରେମ, ନର୍ସରୀ ପାଲଟିଛି ଘର

ଭାରତ ବିକାଶ ପରିଷଦର ଅଧ୍ୟକ୍ଷ ରମେଶ ସେଓ୍ବକାନୀ ନିଜ ଘରର ଗୋଟିଏ ଅଂଶକୁ ନର୍ସରୀର ରୂପ ଦେଇଛନ୍ତି । ଏହି ନର୍ସରୀରେ ବର୍ତ୍ତମାନ 350ରୁ 400 ଚାରା ଥିବାବେଳେ କେବେ କେବେ ଏମାନଙ୍କର ସଂଖ୍ୟା 1000 ଉପରକୁ ମଧ୍ୟ ଚାଲିଯାଏ । ରମେଶ ବର୍ତ୍ତମାନ ଯାଏ 3000 ଚାରା ଗଛ ନିଶୁଳ୍କ ବିତରଣ କରି ସାରିଛନ୍ତି ।

By

Published : Jun 5, 2019, 3:09 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଜୟପୁର: ଭିନ୍ନ ଲୋକଙ୍କର ଭିନ୍ନ ସଉକ ରହିଥାଏ । କାହାକୁ ଦର୍ଶନୀୟ ସ୍ଥାନ ବୁଲିବାକୁ ଭଲ ଲାଗେ ତ କାହାକୁ ସମାଜ ସେବା କରିବାରେ, କିନ୍ତୁ ଅନୁପ ଗଡରେ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯାହାଙ୍କୁ ସବୁଠୁ ଅଧିକ ଗଛ ଲଗାଇବାକୁ ଭଲ ଲାଗେ ।

ପ୍ରକୃତିକୁ ନିଜ ଜୀବନଠୁ ବି ଅଧିକ ଭଲପାଉଥିବା ଏହି ବ୍ୟକ୍ତିଙ୍କ ନାମ ରମେଶ ସେଓ୍ବକାନୀ ହୋଇଥିବା ବେଳେ ସେ ଭାରତ ବିକାଶ ପରିଷଦର ଅଧ୍ୟକ୍ଷ ଅଛନ୍ତି । ରମେଶଙ୍କ ଏହି ସଉକକୁ ଦେଖି ଭାରତ ବିକାଶ ପରିଷଦ ତାଙ୍କୁ ବିଭିନ୍ନ ସ୍ଥାନରେ ଗଛ ଲଗାଇବାର ଦାୟିତ୍ବ ଦେଇଛି ।

ରମେଶ ନିଜ ଘରର ଗୋଟିଏ ଅଂଶକୁ ନର୍ସରୀର ରୂପ ଦେଇଛନ୍ତି । ଏହି ନର୍ସରୀରେ ବର୍ତ୍ତମାନ 350ରୁ 400 ଚାରା ଗଛ ଥିବାବେଳେ କେବେ କେବେ ଏମାନଙ୍କର ସଂଖ୍ୟା 1000 ଉପରକୁ ମଧ୍ୟ ଚାଲିଯାଏ । ରମେଶ ଓ ତାଙ୍କର ସ୍ତ୍ରୀ ସୀମା ମିଶି ଗଛଗୁଡିକର ଯତ୍ନ ନେଇଥାନ୍ତି । ରମେଶଙ୍କ ଦିନର ଆରମ୍ଭ ଗଛଗୁଡିକୁ ପାଣିରୁ ହେବା ସହ ଗଛ ବିଷୟରେ ଚର୍ଚ୍ଚା କରିବା ତାଙ୍କ ଦିନଚର୍ଯ୍ୟାର ଅଂଶ ବୋଲି ରମେଶଙ୍କ ସ୍ତ୍ରୀ ସୀମା କହିଛନ୍ତି ।

ରମେଶଙ୍କୁ ପିଲାବେଳୁ ଗଛ ଲଗାଇବାର ଆଗ୍ରହ ଥବା ବେଳେ ଭାରତ ବିକାଶ ପରିଷଦର ସଚିବ ଥିବା ବେଳେ ପରିଷଦର ସଦସ୍ୟଙ୍କ ସହ ମିଶି ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ ଅଭିଯାନ ଚଳାଇଛନ୍ତି । ରମେଶ ବର୍ତ୍ତମାନ ଯାଏ 3000 ଚାରା ଗଛ ନିଶୁଳ୍କ ବିତରଣ କରି ସାରିଛନ୍ତି ।

ଆଜି ବିଶ୍ବ ପରିବେଶ ଦିବସରେ ରମେଶଙ୍କ ଭଳି ଜଣେ ପ୍ରକୃତି ପ୍ରେମୀ ସମାଜ ପାଇଁ ଉଦାହରଣ ପାଲଟିଛନ୍ତି ।

ABOUT THE AUTHOR

...view details