ଶିମଲା: ହିମାଚଳ ପ୍ରଦେଶରେ ଅନେକ ସମୟରେ ଅବୈଧ୍ୟ ଗଛ କାଟିବା ମାମଲା ସାମ୍ନାକୁ ଆସେ । ସରକାର ଜଙ୍ଗଲ ବଞ୍ଚାଇବା ପାଇଁ ପ୍ରତ୍ୟେକ ବର୍ଷ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ କୌଣସି ସୁଫଳ ଦେଖିବାକୁ ମିଳୁନି । ସେହିପରି ସିରମୌର ଜିଲ୍ଲାର ନୟନ ସିଂହ ନାମକ ଜଣେ ବ୍ୟକ୍ତି ପରିବେଶ ସୁରକ୍ଷା ନେଇ ଲୋକଙ୍କୁ ସଚେତନ କରୁଛନ୍ତି ।
ନିୟନ ସିଂହ ତାଙ୍କ ଜମିରେ 10 ହଜାରରୁ ଉର୍ଦ୍ଧ୍ବ ଗଛ ଲଗାଇଛନ୍ତି । 1958 ମସିହାରେ ପଞ୍ଜାବ ୟୁନିଭର୍ସିଟିରେ ସ୍ନାତକ ପରେ ସେ ଚାଷ କରିବାପାଇଁ ପ୍ରତିଜ୍ଞାବଦ୍ଧ ହୋଇଥିଲେ । ସେ ଦିନରାତି ଏକ କରି ଗଛ ପରେ ଗଛ ଲଗାଇ ଚାଲିଲେ । ଆଉ ଏଥିରେ ତାଙ୍କର ପୁରା ପରିବାର ମଧ୍ୟ ତାଙ୍କୁ ସହଯୋଗ କରିଥିଲେ ।