ଓଡିଶା

odisha

ETV Bharat / bharat

ବନ୍ୟା ବିପନ୍ନଙ୍କୁ ମିଳିଲା ‘ସ୍ବପ୍ନର ଘର’: ସହାୟତାର ହାତ ବଢାଇଲା ଇନାଡୁ ରାମୋଜୀ ଗ୍ରୁପ

କେରଳ ବନ୍ୟା ପୀଡିତଙ୍କୁ 121ଟି ଘର ଦେଲା ଇନାଡୁ ରାମୋଜୀ ଗ୍ରୁପ । ନିଜସ୍ବ ଉଦ୍ୟମରେ କେରଳ ପୀଡିତଙ୍କୁ ବାସଘର ଯୋଗାଇବାକୁ ରାମୋଜୀ ଗ୍ରୁପ ପାଣ୍ଠି ସଂଗ୍ରହ କରି କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କୁ ଦେଇଥିଲା । ଅଧିକ ପଢନ୍ତୁ...

Ennadu ramoji group's donation for kerala flood victims, donation for kerala flood, ଇନ୍ନାଡୁ ରାମୋଜୀ ଗ୍ରୁପର କେରଳ ବନ୍ୟା ପୀଡିତଙ୍କୁ ଗୃହ ଦାନ, କେରଳ ବନ୍ୟା ପୀଡିତଙ୍କୁ ସହାୟତା
କେରଳ ବନ୍ୟା ପୀଡିତଙ୍କୁ ଇନ୍ନାଡୁ ରାମୋଜୀ ଗ୍ରୁପର 121ଟି ଗୃହ ଦାନ

By

Published : Feb 8, 2020, 4:52 PM IST

Updated : Feb 8, 2020, 10:05 PM IST

ଥିରୁଅନନ୍ତପୁରମ: କେରଳ ବନ୍ୟା । ଆଜିବି ସଭିଙ୍କ ମନେପଡେ ପ୍ରକୃତିର ସେହି କରାଳ ରୂପ । ଭୟଙ୍କର କେରଳ ବନ୍ୟାର କରୁଣ ଚିତ୍ର । କ୍ଷଣିକରେ ସ୍ବପ୍ନର ଘରକୁ ଉଜାଡିଦେଲା ପ୍ରକୃତିର ତାଣ୍ଡବ ରୂପ । ବସହରା ହୋଇଥିଲେ ହଜାର ହଜାର କେରଳବାସୀ । ଆଖି ସାମ୍ନାରେ ବନ୍ୟା ପାଣିରେ ଭାସିଯାଇ ପ୍ରାଣ ହରାଇଥିଲେ ଅନେକ । ଏପରିକି କେହି କେହି ମଧ୍ୟ ଆତ୍ମୀୟଙ୍କୁ ଶେଷ ଥର ଦେଖିବାକୁ ଅସମର୍ଥ ହୋଇଥିଲେ । ଆଜି ବି କେରଳ ବନ୍ୟା କଥା କହିଲେ ଶୁଭେ ବିପନ୍ନଙ୍କ ଆର୍ତ୍ତନାଦ ।

କେରଳ ବନ୍ୟା ବିପନ୍ନଙ୍କୁ 121ଟି ଘର ଦେଲା ଇନାଡୁ ରାମୋଜୀ ଗ୍ରୁପ

ତେବେ ଏପରି ସ୍ଥିତିରେ ନିଜସ୍ବ ଉଦ୍ୟମରେ କେରଳ ପୀଡିତଙ୍କୁ ବାସଗୃହ ଯୋଗାଇବାକୁ ହାତ ବଢାଇଥିଲା ଇନାଡୁ ରାମୋଜୀ ଗ୍ରୁପ । ପୀଡିତଙ୍କୁ ବାସସ୍ଥାନଟିଏ ଯୋଗାଇବା ପାଇଁ ରାମୋଜୀ ଗ୍ରୁପ ପାଣ୍ଠି ସଂଗ୍ରହ କରି କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କୁ ଦେଇଥିଲେ । ଯେଉଁ ପାଣ୍ଠି ବ୍ୟବହାରରେ ନିର୍ମାଣ ହୋଇଛି 121ଟି ଘର । ତେବେ ଏହି ଘର ନିର୍ମାଣ ଶେଷ ହୋଇସାରିଥିବାରୁ ଏହାର ଚାବି ଏବେ ବନ୍ୟା ପୀଡିତଙ୍କୁ ହସ୍ତାନ୍ତର କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ବିଜୟନ ।

ଏହି ଘରଗୁଡିକ ବନ୍ୟା ଓ ବାତ୍ୟା ସହ ମୁକାବିଲା କରିବା ଉଦ୍ଦେଶ୍ୟରେ ତିଆରି କରାଯାଇଥିବା ବେଳେ ଏଗୁଡିକୁ ସୁରକ୍ଷିତ ସ୍ଥାନରେ ନିର୍ମାଣ କରାଯାଇଛି । ଆଗକୁ ଏକ ଭବ୍ୟ କାର୍ଯ୍ୟକ୍ରମରେ ବନ୍ୟା ପୀଡିତଙ୍କୁ ସମସ୍ତ ବାସଗୃହର ଚାବି ହସ୍ତାନ୍ତର କରାଯିବ ବୋଲି ସୂଚନା ଦେଇଛନ୍ତି କେରଳ ମୁଖ୍ୟମନ୍ତ୍ରୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 8, 2020, 10:05 PM IST

ABOUT THE AUTHOR

...view details