ଓଡିଶା

odisha

ETV Bharat / bharat

ଦାନ୍ତେୱାଡା ଏନକାଉଣ୍ଟରକୁ ନେଇ ଏସପିଙ୍କ ପ୍ରତିକ୍ରିୟା

ଛତିଶଡର ଦାନ୍ତେୱାଡା ଜିଲ୍ଲାର କୁଆକୋଣ୍ଡା ପୋଲିସ ଥାନା ଅଧିନରେ ଥିବା ଧନିକାର୍କା ଜଙ୍ଗଲରେ ମୁହାଁମୁହଁ ହୋଇଥିଲେ ଡିଷ୍ଟ୍ରିକ ରିଜର୍ଭ ଗାର୍ଡ ଏବଂ ନକ୍ସଲ। ଏଥିର 2 ନକ୍ସଲ ପ୍ରାଣ ହରାଇଛନ୍ତି।

By

Published : Apr 18, 2019, 9:02 AM IST

Updated : Apr 18, 2019, 1:05 PM IST

ଫାଇଲ ଫଟୋ

ରାୟପୁର: 2019 ଲୋକସଭା ନିର୍ବଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ତେବେ ଗୁରୁବାର ଛତିଶଡର ଦାନ୍ତେୱାଡା ଜିଲ୍ଲାର କୁଆକୋଣ୍ଡା ପୋଲିସ ଥାନା ଅଧିନରେ ଥିବା ଧନିକାର୍କା ଜଙ୍ଗଲରେ ମୁହାଁମୁହଁ ହୋଇଥିଲେ ଡିଷ୍ଟ୍ରିକ ରିଜର୍ଭ ଗାର୍ଡ(ଡିଆରଜି) ଏବଂ ନକ୍ସଲ।ଉଭୟ ପକ୍ଷ ମଧ୍ୟରେ ହୋଇଥିବା ଗୁଳି ବନିମୟରେ ଟଳି ପଡିଥିଲେ 2 ନକ୍ସଲ।

ଏ ସମ୍ପର୍କରେ ମତ ଦେଇ ଦାନ୍ତେୱାଡା ଏସପି ଅଭିଷେକ ପଲ୍ଲଭ କହିଛନ୍ତି ଯେ ନିର୍ବାଚନରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବା ପାଇଁ ଯୋଜନା କରିଥିଲେ ନକ୍ସଲ। ଏଥିପାଇଁ ସେମାନେ ଆଇଇଡି ବିସ୍ଫୋରଣ କରିବାକୁ ଯୋଜନା କରିଥିଲେ। ସୁରକ୍ଷାବଳର ସତର୍କତା ଯୋଗୁଁ ଏଭଳି ବିପଦ ଟଳିଯାଇଛି। ସେମାନଙ୍କୁ ଜବାବ ଦେବା ପାଇଁ ଡିଆରଜି ଯବାନଙ୍କ ପକ୍ଷରୁ ହୋଇଥିବା ପାଲଟା ଆକ୍ରମଣରେ ଟଳି ପଡିଥିଲେ 2 ନକ୍ସଲ। ଏଥିସହିତ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ ହୋଇଛି।

ଏହା ସୁରକ୍ଷା ବଳ ପାଇଁ ଏକ ବଡ ସଫଳତା ବୋଲି କହିଛନ୍ତି ଦାନ୍ତେୱାଡା ଏସପି। ମୃତକ ନକ୍ସଲ ବିଜେପି ବିଧାୟକଙ୍କ ଭୀମା ମଣ୍ଡାବୀଙ୍କ ଉପରେ ହୋଇଥିବା ହମ୍‌ଲାରେ ସାମିଲ ଥିଲେ। ଏହି ଆକ୍ରମଣରେ ବିଧାୟକଙ୍କ ସହ 5 ପୋଲିସକର୍ମୀ ମଧ୍ୟ ପ୍ରାଣ ହରାଇଥିଲେ। ଦାନ୍ତେୱାଡାକୁ ଛାଡି ରାଜନନ୍ଦନଗାଓଁ ଜିଲ୍ଲାରେ ନକ୍ସଲଙ୍କ ଦ୍ୱାରା ହୋଇଥିବା ଆଇଇଡି ବିସ୍ଫୋରପରେ ଜଣେ ଆଇଟିବିପି ଯବାନ ଆହତ ହୋଇଥିବାର ଖବର ମିଳିଛି।

ଆଜି ଅନୁଷ୍ଠିତ ହେଉଥିବା ଦ୍ୱିତୀୟ ପର୍ଯ୍ୟାୟ ମତଦାନରେ ଛତିଶଗଡର ରାଜନନ୍ଦନଗାଓଁ,କାଙ୍କେର ଏବଂ ମହାସମୁନ୍ଦ ଲୋକସଭା ଆସନ ପାଇଁ ମତଦାନ ଚାଲିଛି। ପୂର୍ବରୁ ଚଳିତ ମାସ 11 ତାରିଖରେ ଅନୁଷ୍ଠିତ ପ୍ରଥମ ପର୍ୟ୍ୟାୟ ମତଦାନରେ ରାଜ୍ୟର ବସ୍ତର ଲୋକସଭା ପାଇଁ ଭୋଟଗ୍ରହଣ ସରିଛି।

Last Updated : Apr 18, 2019, 1:05 PM IST

ABOUT THE AUTHOR

...view details