ଓଡିଶା

odisha

ETV Bharat / bharat

'ଶିଶୁମୃତ୍ୟୁ ରୋକିବାରେ ସରକାର ସମ୍ପୂର୍ଣ୍ଣ ବିଫଳ' - bihar

AES ବା ମସ୍ତିଷ୍କ ଜ୍ୱରରେ ବିହାରରେ ପ୍ରତ୍ୟେକ ଦିନ ଜୀବନ ହାରୁଛନ୍ତି କୋମଳମତି ଶିଶୁ । ଅନ୍ୟପଟେ ରାଜ୍ୟରେ ଏତେ ସଂଖ୍ୟାରେ ଶିଶୁମୃତ୍ୟୁକୁ ନେଇ ରାଜନୀତି ବି ଆରମ୍ଭ ହୋଇଯାଇଛି । ମୁଖ୍ୟମନ୍ତ୍ରୀଙ୍କୁ ଏଥିପାଇଁ ଟାର୍ଗେଟ କରିଛନ୍ତି ଏଲଜେଡି ମୁଖ୍ୟ ଶରଦ ଯାଦବ ।

ଫଟୋ ସୌଜନ୍ୟ- ଏଏନଆଇ

By

Published : Jun 20, 2019, 9:23 PM IST

ପାଟନା: ଏବେ ସାରା ଦେଶରେ ନଜର ବିହାର ଉପରେ । କାରଣ ବିହାରର ମୁଜାଫରପୁରରେ ଚାଲିଛି ମୃତ୍ୟୁର ତାଣ୍ଡବ । AES ବା ମସ୍ତିଷ୍କ ଜ୍ୱରରେ ପ୍ରତ୍ୟେକ ଦିନ ଜୀବନ ହାରୁଛନ୍ତି କୋମଳମତି ଶିଶୁ । ଘଟଣାସ୍ଥଳରେ ସ୍ୱାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ଟିମ ଥିଲେ ମଧ୍ୟ ମୃତ୍ୟୁ ହାର କିନ୍ତୁ ନିୟନ୍ତ୍ରଣାଧୀନ ହୋଇପାରୁନାହିଁ । ଅନ୍ୟପଟେ ରାଜ୍ୟରେ ଏତେ ସଂଖ୍ୟାରେ ଶିଶୁ ମୃତ୍ୟୁକୁ ନେଇ ରାଜନୀତି ବି ଆରମ୍ଭ ହୋଇଯାଇଛି ।

ରାଜ୍ୟରେ ଶିଶୁଙ୍କ ମୃତ୍ୟୁକୁ ନେଇ ପୁରା ରାଜ୍ୟ କଣ ଦେଶ ବି ସ୍ତବ୍ଧ ହୋଇଗଲାଣି । ଏହି ଭୟଙ୍କର ଜ୍ୱର ଏବେ ପ୍ରାୟ 168 ଶିଶୁଙ୍କ ଜୀବନ ନେଇଥିବା ସୂଚନା ରହିଛି । ଅନ୍ୟପଟେ ଅନେକ ଶିଶୁ ଚିକିତ୍ସାଧୀନ ଅବସ୍ଥାରେ ମଧ୍ୟ ଅଛନ୍ତି । ତେବେ ଡାକ୍ତର ବା ତାଙ୍କ ଟିମ ପୁରା ଚେଷ୍ଟା କରିଥିଲେ ମଧ୍ୟ ସ୍ଥିତିରେ ସୁଧାର ଆସିପାରୁନାହିଁ । ଅନ୍ୟପଟେ ରାଜ୍ୟ ସରକାରଙ୍କୁ ଘେରିଛି ବିପକ୍ଷ ଦଳ ।

ତେବେ ଶ୍ରୀକ୍ରିଷ୍ଣା ମେଡିକାଲ କଲେଜ ପରିଦର୍ଶନରେ ଯାଇଥିବା ଲୋକତାନ୍ତ୍ରିକ ଜନତାଦଳ ବା ଏଲଜେଡି ମୁଖ୍ୟ ଶରଦ ଯାଦବ ସିଧାସଳଖ ନୀତିଶ ସରକାରଙ୍କୁ ଦାୟୀ କରିଛନ୍ତି। ସେ କହିଛନ୍ତି ଯେ, ଶିଶୁଙ୍କ ପାଇଁ ସେମିତି କୌଣସି ଆଖିଦୃଶିଆ ବ୍ୟବସ୍ଥା କରାଯାଇନାହିଁ । ଯଦି ସେମିତି ବ୍ୟବସ୍ଥା କରାଯାଇଥାନ୍ତା ତେବେ ଶିଶୁ ମୃତ୍ୟୁ ରୋକାଯାଇ ପାରନ୍ତା ।

ହେଲେ ରାଜ୍ୟରେ ଏହି ଶିଶୁ ମୃତ୍ୟୁ ପାଇଁ ସରକାର ଦାୟୀ ବୋଲି ସେ କହିଛନ୍ତି । ଡାକ୍ତର ନିଜ ପ୍ରଚେଷ୍ଟା ଜାରି ରଖିଥିବା ବେଳେ ସରକାର ମଧ୍ୟ ଏଭଳି ଏକ ସମ୍ବେଦନଶୀଳ ମାମଲାରେ ସଚେତନ ହେବା ଜରୁରୀ ବୋଲି ସେ କହିଛନ୍ତି ।

ABOUT THE AUTHOR

...view details