ନୂଆଦିଲ୍ଲୀ: ଉତ୍ତର ରେଳବାଇ ଜିଏମ ଅଫିସରେ କାର୍ଯ୍ୟରତ ଜଣେ କର୍ମଚାରୀ କୋରୋନା ଆକ୍ରାନ୍ତ । ଏହି ଖବର ଜଣାପଡିବା ପରେ ବଡୌଦା ହାଉସ ସ୍ଥିତ ବିଲ୍ଡିଂର ପ୍ରଥମ ମହଲାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ଏଥିସହ ସେଠାରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ପରାମର୍ଶ ଦିଆଯାଇଛି।
କିଛି ଦିନ ତଳେ ଜେନେରାଲ ଆଡମିନିଷ୍ଟ୍ରେସ ବ୍ରାଞ୍ଚର ଜଣେ କର୍ମଚାରୀଙ୍କ କୋରୋନା ରିପୋର୍ଟ ପଜିଟିଭ ଆସିଥିଲା । କିଛି ସମୟ ଅଫିସକୁ ଡିପ୍ ସାନିଟାଇଜ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା ।