ଓଡିଶା

odisha

ETV Bharat / bharat

ଏମ୍ସ ଡାକ୍ତରଙ୍କ କୋରୋନାରେ ମୃତ୍ୟୁ - aiims eminent pulmonologist doctor corona death

ଏମ୍ସ ଡାକ୍ତରଙ୍କ କୋରୋନାରେ ମୃତ୍ୟୁ । ଦିଲ୍ଲୀ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏମ୍ସ)ର ପ୍ରସିଦ୍ଧ ପଲ୍ମୋନୋଲୋଜିଷ୍ଟ ଏବଂ ମେଡିସିନ ବିଭାଗର ପୂର୍ବତନ ମୁଖ୍ୟ ଡ.ଜିତେନ୍ଦ୍ର ନାଥ ପାଣ୍ଡେଙ୍କ ଗତ ଶନିବାର ତାଙ୍କ ବାସଭବବନରେ ମୃତ୍ୟୁ ଘଟିଛି ।

aiims doctor
ଏମ୍ସ ଡାକ୍ତରଙ୍କ କୋରୋନାରେ ମୃତ୍ୟୁ

By

Published : May 24, 2020, 8:45 AM IST

Updated : May 24, 2020, 12:05 PM IST

ନୂଆଦିଲ୍ଲୀ: ଏମ୍ସ ଡାକ୍ତରଙ୍କ କୋରୋନାରେ ମୃତ୍ୟୁ । ଦିଲ୍ଲୀ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏମ୍ସ)ର ପ୍ରସିଦ୍ଧ ପଲ୍ମୋନୋଲୋଜିଷ୍ଟ ଏବଂ ମେଡିସିନ ବିଭାଗର ପୂର୍ବତନ ମୁଖ୍ୟ ଡ.ଜିତେନ୍ଦ୍ର ନାଥ ପାଣ୍ଡେଙ୍କ ଗତ ଶନିବାର ତାଙ୍କ ବାସଭବବନରେ ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ 79 ବର୍ଷ ବୟସ ହୋଇଥିଲା। ଗତ ସପ୍ତାହରେ ସେ କୋରୋନା ଭାଇରସ ସଂକ୍ରମିତ ଥିବା ଜଣାପଡିଥିଲା।

ଏମ୍ସ ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ କହିଛନ୍ତି, ଡ. ପାଣ୍ଡେ ଏବଂ ତାଙ୍କ ପତ୍ନୀଙ୍କର ସାମାନ୍ୟ ସଂକ୍ରମଣ ଲକ୍ଷଣ ପରିଲକ୍ଷିତ ହୋଇଥିଲା । ଗତ ମଙ୍ଗଳବାର ସେ କୋରୋନା ସଂକ୍ରମିତ ଥିବା ଜଣାପଡିଥିଲା ଏବଂ ସେ ଘରେ ରହିବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ତାଙ୍କ ପତ୍ନୀଙ୍କୁ ଗତ ଶନିବାର ଏମ୍ସରେ ଭର୍ତ୍ତି କରାଯାଇଥିଲା।

ଗତ ଶନିବାର ସେ ଖାଇ ସାରି ଶୋଇବା ସମୟରେ ବୋଧହୁଏ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଛି ।

Last Updated : May 24, 2020, 12:05 PM IST

ABOUT THE AUTHOR

...view details