ଓଡିଶା

odisha

ETV Bharat / bharat

‘ପଶ୍ଚିମବଙ୍ଗରେ ମମତା ଜାରି କରିଛନ୍ତି ଜରୁରୀକାଳୀନ ସ୍ଥିତି’

ରାଜ୍ୟରେ ଗୁଣ୍ଡାରାଜ୍ କରୁଛନ୍ତି ମମତା ବାନାର୍ଜୀ । ଜରୁରୀକାଳୀନ ଭଳି ପରିସ୍ଥିତି ତିଆରି କରିଛନ୍ତି । ବିଜେପି ଯୁବ ମୋର୍ଚ୍ଚା କର୍ମୀ ପ୍ରିୟଙ୍କା ଶର୍ମାଙ୍କ ଗିରଫ ଘଟଣାକୁ ନେଇ ମମତାଙ୍କୁ ଏପରି କଡା ଭାଷାରେ ସମାଲୋଚନା କରିଛନ୍ତି ବିଜେପି ନେତା ହିମନ୍ତ ବିଶ୍ବାସ ଶର୍ମା ।

By

Published : May 13, 2019, 12:20 PM IST

ଫଟୋ ସୌଜନ୍ୟ: ଏଏନଆଇ


ହାୱଡା: ରାଜ୍ୟରେ ଗୁଣ୍ଡାରାଜ୍ କରୁଛନ୍ତି ମମତା ବାନାର୍ଜୀ । ଜରୁରୀକାଳୀନ ଭଳି ପରିସ୍ଥିତି ତିଆରି କରିଛନ୍ତି । ବିଜେପି ଯୁବ ମୋର୍ଚ୍ଚାକର୍ମୀ ପ୍ରିୟଙ୍କା ଶର୍ମାଙ୍କ ଗିରଫ ଘଟମାକୁ ନେଇ ମମତାଙ୍କୁ ଏପରି କଡା ଭାଷାରେ ସମାଲୋଚନା କରିଛନ୍ତି ବିଜେପି ନେତା ହିମନ୍ତ ବିଶ୍ବାସ ଶର୍ମା ।

ସେ କହିଛନ୍ତି" ସୋସିଆଲ ମିଡିଆରେ ଦେଶର ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଲୋକମାନେ ସମାଲୋଚନା ଏବଂ ଗାଳିଗୁଲଜ କରୁଛନ୍ତି । କିନ୍ତୁ ଜଣେ ସାଧାରଣ ଝିଅ ଯଦି ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରେ, ତେବେ ତାଙ୍କୁ କଣ ପାଇଁ ଗିରଫ କରାଯିବ ? ଏହା କଣ ଅପରାଧ ? "

ଟିଏମସି ସରକାର ସାଧାରଣ ଜନତାଙ୍କ କଥାକୁ ଚାପି ଦେବା ପାଇଁ ପ୍ରୟାସ କରୁଛି । ଏକପ୍ରକାର ରାଜ୍ୟରେ ଏକଛାତ୍ରବାଦ ଶାସନ ଚାଲିଛି । ଯେପରି ପଞ୍ଚସ୍ତରୀ ମସିହାରେ ଇନ୍ଦିରା ଗାନ୍ଧୀ ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ ଠିକ୍ ସେହିପରି ପଶ୍ଚିମବଙ୍ଗ ସରକାର ଆଘୋଷିତ ଏମରଜେନ୍ସି ପରିସ୍ଥିତି ସୃଷ୍ଟି କରିଛି ବୋଲି ଆସାମ ସରକାର ମନ୍ତ୍ରୀ ଶ୍ରୀ ଶର୍ମା ସମ୍ବାଦିକ ମାନଙ୍କୁ କହିଛନ୍ତି ।

For All Latest Updates

ABOUT THE AUTHOR

...view details