ନୂଆଦିଲ୍ଲୀ: ଘାଟିରେ ବାରମ୍ବାର ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନ। ଏହାସହ ପ୍ରତି ମୁହୂର୍ତ୍ତରେ ଭାରତକୁ ଘନଘନ ଯୁଦ୍ଧର ଧମକ। ହେଲେ ପରମାଣୁ ଫିଙ୍ଗିବାର ଡର ଦେଖାଉଥିବା ପାକିସ୍ତାନ ପାଖରେ ବିଜୁଳି ବିଲ ଭରିବାକୁ ଟଙ୍କା ନାହିଁ । ଯାହା ଫଳରେ ଅନ୍ଧାରରେ ରହିଛି ପାକ୍ ପ୍ରଧାନମନ୍ତ୍ରୀଙ୍କ ଅଫିସ । ଏନେଇ ଇସଲାମବାଦ ବିଜୁଳି ସପ୍ଲାଇ କମ୍ପାନୀ ଏକ ନୋଟିସ ଜାରି କରିଛି।
ଅନ୍ଧାରରେ ପାକ୍ ପିଏମଓ, ବାକି ପଡିଛି ବିଦ୍ୟୁତ ବିଲ୍ - ଅନ୍ଧାରରେ ପାକିସ୍ତାନ
ଅନ୍ଧାରରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଅଫିସ । ଘନ ଘନ ପରମାଣୁ ଫିଙ୍ଗିବାର ଭୟ ଦେଖାଉଥିବା ପାକିସ୍ତାନ ପାଖରେ ବିଜୁଳି ବିଲ ପୈଠ କରିବାକୁ ଟଙ୍କା ନାହିଁ।
ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କୁରଥିବା ପାକିସ୍ତାନ ଏବେ ଦେବାଳିଆ ହେବା ସହ କାଙ୍ଗାଳ ହୋଇ ବସିରହିଛି। ବର୍ତ୍ତମାନ ପରିସ୍ଥିତିରେ 41 ଲକ୍ଷ ଟଙ୍କା ବିଜୁଳି ବିଲ ବାକି ରହିଛି। ବାରମ୍ବାର ନୋଟିସ ପଠାଇବା ପରେ ଇମ୍ରାନ ବିଜୁଳି ବିଲକୁ ଭ୍ରୁକ୍ଷେପ ନକରିବାରୁ ଶେଷ ମୂହୁର୍ତ୍ତରେ ବିଦ୍ୟୁତ ଯୋଗଣ କମ୍ପାନୀ ବିଦ୍ୟୁତ ସଂଯୋଗ ବିଛିନ୍ନ କରିଛି।
ସୂଚନା ଥାଉ କି, ପ୍ରତ୍ୟେକ ସମୟରେ ଭାରତ ପାଇଁ ଗାତ ଖୋଳୁଥିବା ପାକିସ୍ତାନ ଦେଶ ବିରୋଧୀ ଷଡଯନ୍ତ୍ରରେ ଏତେ ମାତ୍ରାରେ ମଜ୍ଜି ଯାଇଛି ଯେ ଦେଶପାଇଁ ଚିନ୍ତା କରିବାକୁ ଭୁଲି ଯାଇଛି। ଯାହାଫଳରେ ଦେଶର ଆର୍ଥିକ ମାନ୍ଦାଅବସ୍ଥା ଓ ବିଶୃଙ୍ଖଳା ଦେଖାଦେଉଛି।