ଓଡିଶା

odisha

ETV Bharat / bharat

‘ପରସ୍ପର ମିତ୍ରତା ପାଇଁ ଡ୍ରାଗନ ଓ ହାତୀ ଏକାଠି ନାଚ କରିପାରନ୍ତି’

ଭାରତ-ଚୀନ ସମ୍ପର୍କରେ ସୁଧାର ଆସିଛି । ପୂର୍ବାପେକ୍ଷା ଦୁଇ ପଡୋଶୀ ଦେଶ ମଧ୍ୟରେ ବନ୍ଧୁତ୍ବ ନିବିଡ ହୋଇଛି । ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ୍‌ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଟି ଅନୌପଚାରିକ ବୈଠକ କରି ନୂଆ ଏକ ଅଧ୍ୟାୟର ଆରମ୍ଭ କରିଛନ୍ତି । ଯେଉଁଠି ଡ୍ରାଗନ ଓ ହାତୀ ମିଶି ନାଚ କରୁଛନ୍ତି ବୋଲି କହିଛନ୍ତି ଚୀନର ଆମ୍ବାସାଡର ସନ ୱେଡଙ୍ଗ ।

By

Published : Jan 13, 2020, 10:26 AM IST

Updated : Jan 13, 2020, 10:41 AM IST

elephant and dargon
ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ଭାରତ-ଚୀନ ସମ୍ପର୍କରେ ସୁଧାର ଆସିଛି । ପୂର୍ବାପେକ୍ଷା ଦୁଇ ପଡୋଶୀ ଦେଶ ମଧ୍ୟରେ ବନ୍ଧୁତ୍ବ ନିବିଡ ହୋଇଛି । ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ୍‌ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଟି ଅନୌପଚାରିକ ବୈଠକ କରି ନୂଆ ଏକ ଅଧ୍ୟାୟର ଆରମ୍ଭ କରିଛନ୍ତି । ଯେଉଁଠି ଡ୍ରାଗନ ଓ ହାତୀ ମିଶି ନାଚ କରୁଛନ୍ତି ବୋଲି କହିଛନ୍ତି ଚୀନର ଆମ୍ବାସାଡର ସନ ୱେଡଙ୍ଗ ।

ଚାଇନିଜ ନବବର୍ଷର ପାଳନ ଅବସରରେ କୋଲକାତାରେ ଏପରି କହିଛନ୍ତି ସେ । ଏହାସହ ଶାନ୍ତିପୂର୍ଣ୍ଣ ବାତାବରଣ ଅର୍ଥନୈତିକ ବିକାଶ ଓ ସହଯୋଗ ପାଇଁ ଆବଶ୍ୟକ ବୋଲି ସେ କହିଛନ୍ତି ।

ସେହିପରି ଭାରତ-ଚୀନ ରାଜନୈତିକ ସମ୍ପର୍କ ଚଳିତ ବର୍ଷ 70 ବର୍ଷରେ ପଦାର୍ପଣ କରିଛି । ଏହି 7 ଦଶନ୍ଧିରେ ଉଭୟ ଦେଶ ମଧ୍ୟରେ ସମ୍ପର୍କ ବହୁତ ଆଗକୁ ଯାଇଛି ବୋଲି ମଧ୍ୟ ସେ ଦର୍ଶାଇଛନ୍ତି ।

Last Updated : Jan 13, 2020, 10:41 AM IST

ABOUT THE AUTHOR

...view details