ନୂଆଦିଲ୍ଲୀ: ଚଳିତ ଲୋକସଭା ନିର୍ବାନରେ ସବୁ ସୀମାର ଉଲଙ୍ଘନ କରିଛନ୍ତି ସମସ୍ତ ରାଜନୈତିକ ଦଳ । ନିର୍ବାଚନ ଆୟୋଗର କଡା ନିର୍ଦ୍ଦେଶ ପରେ ମଧ୍ୟ ନିଜ ବ୍ୟବହାରକୁ ପରିବର୍ତ୍ତନ କରି ପାରିନାହାନ୍ତି ନେତାମାନେ । ପରସ୍ପରକୁ ଛୋଟ ଦେଖାଇବା ପାଇଁ ବାରମ୍ବାର ଆଚରଣ ବିଧିର ଉଲଙ୍ଘନ କରୁଛନ୍ତି । ତେବେ ଲଗାତାର ଏଭଳି ଅଭିଯୋଗ ଆସୁଥିବାରୁ ମଙ୍ଗଳବାର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଛନ୍ତି ନିର୍ବାଚନ ଆୟୋଗ । ଏହି ବୈଠକରେ 3 ହେଭିୱେଟ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ ।
ଆଜି ମୋଦି, ଶାହା ଏବଂ ରାହୁଲଙ୍କ ଭାଗ୍ୟ ନିର୍ଦ୍ଧାରଣ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ବିରୋଧରେ ଆସିଥିବା ସମସ୍ତ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ମାମଲାର ଶୁଣାଣି ପାଇଁ ନିର୍ବାଚନ ଆୟୋଗଙ୍କ ବୈଠକ ।
ଡିଜାଇନ ଫଟୋ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ବିରୋଧରେ ଆସିଥିବା ସମସ୍ତ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ମାମଲାର ଶୁଣାଣି ଏହି ବୈଠକରେ ହେବ । ତେବେ ନିର୍ବାଚନ ଆୟୋଗ କୌଣସି ବଡ ନିଷ୍ପତି ନେଇ ପାରନ୍ତି ବୋଲି ଶୁଣିବାକୁ ମିଳୁଛି ।
ମୋଦି ଏବଂ ଶାହା ନିର୍ବାଚନ ଭାଷଣରେ ମୋଦି ସେନା ଓ ଏୟାର ଷ୍ଟ୍ରାଇକ୍ ନାଁ ରେ ଲୋକଙ୍କୁ ଭୋଟ ମାଗୁଥିବା ଅଭିଯୋଗ ହୋଇଥିଲା । ସେହିପରି ରାହୁଲ ଗାନ୍ଧୀ ମୋଦିଙ୍କ ବିରୁଦ୍ଧରେ 'ଚୌକିଦାର ଚୌର ହେ' କହି ନିର୍ବାଚନ ଆୟୋଗଙ୍କ ତଦନ୍ତ ଘେରରେ ଫସିଛନ୍ତି ।