ଓଡିଶା

odisha

ETV Bharat / bharat

'ମେ ଭି ଚୌକିଦାର' ବିବାଦ: ନୋଟିସ ପଠାଇଲେ ନିର୍ବାଚନ କମିଶନ

ରେଳ ମନ୍ତ୍ରଣାଳୟକୁ ନୋଟିସ ଜାରି କରିଛି ନୋଟିସ ଜାରି କରିଛି ନିର୍ବାଚନ କମିଶନ । ଶତାବ୍ଦୀ ଟ୍ରେନରେ ଯାତ୍ରୀଙ୍କ ଚା କପରେ 'ମେଁ ଭି ଚୌକିଦାର' ସ୍ଲୋଗାନ ଓ ଟିକେଟରେ ମୋଦିଙ୍କ ଫଟୋକୁ ନେଇ ନୋଟିସ ଜାରି ହୋଇଛି ।

ଫାଇଲ ଫଟୋ

By

Published : Mar 30, 2019, 12:08 PM IST

ନୂଆଦିଲ୍ଲୀ: ରେଳ ମନ୍ତ୍ରାଣାଳୟକୁ ନୋଟିସ ଜାରି କଲେ ନିର୍ବାଚନ କମିଶନ । ଚା କପରେ ମୋଦିଙ୍କ 'ମେଁ ଭି ଚୌକିଦାର' ସ୍ଲୋଗାନ ଓ ରେଳୱେ ଟିକେଟରେ ମୋଦିଙ୍କ ଫଟୋକୁ ନେଇ ଆଜି ତଥ୍ୟ ମାଗିଛି ନିର୍ବାଚନ କମିଶନ । ଏଥିସହ ବେସାମରିକ ବିମାନ ମନ୍ତ୍ରଣାଳୟକୁ ମଧ୍ୟ ଜାରି ହୋଇଛି ନୋଟିସ ।

2019 ଲୋକସଭା ନିର୍ବାଚନ ଘୋଷଣା ହେବା ପରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଆଇନ ଲାଗୁ କରାଯାଇଥିଲା । ନିର୍ବାଚନ ଆଚରଣ ଉଲ୍ଲଂଘନ ନେଇ ପ୍ରଶାସନ କଡା ପଦକ୍ଷେପ ଗ୍ରହଣ କରୁଥିବା ବେଳେ ଶତାବ୍ଦୀ ଟ୍ରେନରେ ଯାତ୍ରୀଙ୍କ ଚା' କପରେ ଦେଖିବାକୁ ମିଳିଥିଲା 'ମେଁ ଭି ଚୌକିଦାର' ସ୍ଲୋଗାନ । ଯାହାକୁ ନେଇ କେତେକ ଯାତ୍ରୀ ଅସନ୍ତୋଷ ବ୍ୟକ୍ତ କରିଥିଲେ ।

ସେପଟେରେଳ ବିଭାଗ ଏହି ଘଟଣାରେ ପଦକ୍ଷେପ ନେଇଥିବା ବେଳେ ସମ୍ପୃକ୍ତ ଠିକାଦାର ଓ ସୁପରଭାଇଜରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏହି ଘଟଣାରେ ରାଜନୈତିକ ଦଳର ସଂଯୋଗ ନାହିଁ ବୋଲି ସୂଚନା ମିଳିଛି ।

ରେଲୱେ ଟିକେଟ ଓ ବୋଡିଂ ପାସ୍‌ରେ ମୋଦିଙ୍କ ଫଟୋ ଦେଖିବାକୁ ମିଳିଥିଲା । ନିର୍ବାଚନ ଆଇନ ଉଲ୍ଲଂଘନ ହୋଇଥିବା ନେଇ ନୋଟିସ ଜାରି କରିଛି କମିଶନ ବିଭାଗ ।

ABOUT THE AUTHOR

...view details