ଓଡିଶା

odisha

ETV Bharat / bharat

ଯୋଗୀ ଓ ମାୟାବତୀଙ୍କ ପରେ ସିଦ୍ଧୁଙ୍କୁ ଇସିର ଛାଟ - Election Commission

ସିଦ୍ଧୁ 72 ଘଣ୍ଟା ଯାଏଁ ପ୍ରଚାର କରିପାରିବେ ନାହିଁ। ଏହି ବ୍ୟାନ ଲାଗିବା ପରେ ଆସନ୍ତାକାଲି ସକାଳ 10ରୁ ଲାଗୁ ହେବ ନିୟମ। ବିହାରରେ ଦେଇଥିବା ବିବାଦୀୟ ମନ୍ତବ୍ୟ ପାଇଁ ତାଙ୍କ ଉପରେ ଲଗାଯାଇଛି ବ୍ୟାନ ।

ଫାଇଲ ଫଟୋ

By

Published : Apr 22, 2019, 10:43 PM IST

ନୂଆଦିଲ୍ଲୀ: ପଞ୍ଜାବର କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁଙ୍କୁ ଝଟକା । ସିଦ୍ଧୁଙ୍କ ଉପରେ କଟକଣା ଲଗାଇଲେ ମୁଖ୍ୟ ନିର୍ବାଚନ ଆୟୋଗ । ନିର୍ବାଚନ ପ୍ରଚାର ସମୟରେ ବିବାଦୀୟ ବୟାନ ଦେଇ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା କାରଣରୁ ତାଙ୍କ ଉପରେ ଲାଗିଛି ବ୍ୟାନ୍ ।

ସିଦ୍ଧୁଙ୍କ ଉପରେ 72 ଘଣ୍ଟା ପାଇଁ ଏହି ବ୍ୟାନ ଲଗାଯାଇଛି । ଏହା ଆସନ୍ତାକାଲି ସକାଳ 10ରୁ ଲାଗୁ ହେବ । ବିହାରରେ ଦେଇଥିବା ବିବାଦୀୟ ମନ୍ତବ୍ୟ ପାଇଁ ତାଙ୍କ ଉପରେ ଲଗାଯାଇଛି ବ୍ୟାନ ।

ଲୋକସଭା ନିର୍ବାଚନ ପାଇଁ ସରଗରମ ରାଜନୈତିକ ମାହୋଲ । ଏହି ମାହୋଲରେ ବୋଲ ମାନୁନି ନେତାଙ୍କ ତୁଣ୍ଡ । ଆଉ ନିଜ ବିବାଦୀୟ ବୟାନ ପାଇଁ ନିର୍ବାଚନ ଆୟୋଗଙ୍କ ଛାଟ ମଧ୍ୟ ଖାଇ ସାରିଛନ୍ତି ଅନେକ ନେତା । ଏହି ତାଲିକାରେ ସାମିଲ ହୋଇଛନ୍ତି ଯୋଗୀ, ମାୟାବତୀ, ଆଜମ ଖାନ୍, ସାଧ୍ବୀ ଏମିତି ଅନେକ । ଆଉ ଏବେ ଏଥିରେ ସାମିଲ ହୋଇଛନ୍ତି ସିଦ୍ଧୁ ।

ଏଠାରେ ସୂଚନାଯୋଗ୍ୟ, ନିଜ ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରହିଥାଆନ୍ତି ସିଦ୍ଧୁ । ନିକଟରେ ବିହାରର ଏକ ନିର୍ବାଚନୀ ସଭାରେ ସମ୍ପ୍ରଦାୟକୁ ନେଇ ଦେଇଥିଲେ ବିବାଦୀୟ ବୟାନ । ସେହିପରି ନିକଟରେ ସମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉପରେ ସେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ ।

ଏହାପୂର୍ବରୁ ଭାରତ ପାକିସ୍ତାନ ସମ୍ପର୍କ ଉପରେ ଅନେକ ଥର ସିଦ୍ଧୁ ବିବାଦୀୟ ବୟାନ ଦେଇଛନ୍ତି ।

ABOUT THE AUTHOR

...view details