ନୂଆଦିଲ୍ଲୀ: "ମେଁ ଭି ଚୌକିଦାର" କାର୍ଯ୍ୟକ୍ରମ ନେଇ ଦୂରଦର୍ଶନକୁ ନୋଟିସ ଜାରି କଲା ନିର୍ବାଚନ କମିସନ । ନିର୍ବାଚନ ଆଚରଣ ବିଧି ଲାଗୁ ସମୟରେ କିଭଳି ସରକାରୀ କାର୍ଯ୍ୟକ୍ରମକୁ ପ୍ରସାରଣ କରାଗଲା । ସେନେଇ ନୋଟିସ ଜାରି କରିଛି କମିଶନ । ଏହା ପୂର୍ବରୁ ନମୋ ଆପକୁ ଆପତ୍ତି ଜଣାଇ ସୂଚନା ପ୍ରସାରଣ ମନ୍ତ୍ରାଳୟକୁ ନୋଟିସ ଜାରି କରିଥିଲା କମିଶନ ।
ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ଶକ୍ତ ହେଉଛି ନିର୍ବାଚନ କମିଶନ । ପ୍ରଧାନମନ୍ତ୍ରୀଙ୍କ ନମୋ ଆପ ଓ "ମେଁ ଭି ଚୌକିଦାର" ପ୍ରସାରଣକୁ ପ୍ରଶ୍ନ କରିବା ସହ ଜବାବ ମାଗିଛି କମିଶନ । ସୂଚନାଯୋଗ୍ୟ, 31 ମାର୍ଚ୍ଚରେ ବିଜେପିର "ମେଁ ଭି ଚୌକିଦାର" କ୍ୟାମ୍ପେନ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 500 ସ୍ଥାନରେ ସିଧାସଳଖ ଜନତାଙ୍କୁ ସମ୍ବୋଧିତ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ତାଳକଟୋରା ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିବା ବେଳେ ଏହାର ପ୍ରସାରଣ ରେଡିଓ, ଟିଭି ଓ ସୋସିଆଲ ମିଡିଆରେ କରାଯାଇଥିଲା ।