ଓଡିଶା

odisha

ETV Bharat / bharat

ଆଜି ହୋଇପାରେ ଲୋକସଭା ନିର୍ବାଚନର ଘୋଷଣା

ରବିବାର ସନ୍ଧ୍ୟା 5ଟା ରେ ନିର୍ବାଚନ ଆୟୋଗର ସାମ୍ବାଦିକ ସମ୍ମିଳନୀ । ଘୋଷଣା ହେବ ଲୋକସଭା ନିର୍ବାଚନର ତାରିଖ । ଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ହେବ ଏହି ସାମ୍ବାଦିକ ସମ୍ମିଳନୀ ।

By

Published : Mar 10, 2019, 1:25 PM IST

Updated : Mar 10, 2019, 1:37 PM IST

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଆଜି ହୋଇପାରେ ଲୋକସଭା ନିର୍ବାଚନର ତାରିଖ ଘୋଷଣା । ନିର୍ବାଚନ ଆୟୋଗ ତରଫରୁ ରବିବାର ସନ୍ଧ୍ୟା 5ଟା ସମୟରେ ଏକ ସାମ୍ବାଦିକ ସମ୍ମିଳନୀ ଡକାଯାଇଛି । ଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ହେବାକୁ ଥିବା ଏହି ସାମ୍ବାଦିକ ସମ୍ମିଳନୀରେ ଆୟୋଗ ନିର୍ବାଚନ ତାରିଖ ଘୋଷଣା କରିବେ ବୋଲି ଆଶଙ୍କା ପ୍ରକାଶ ପାଇଛି ।

ତେବେ 2019 ଲୋକସଭା ନିର୍ବାଚନ ସହ ଓଡିଶା, ଆନ୍ଧ୍ରପ୍ରଦେଶ, ସିକ୍କିମ ଏବଂ ଅରୁଣାଚଳ ପ୍ରଦେଶରେ ମଧ୍ୟ ଏକକାଳୀନ ବିଧାନସଭା ନିର୍ବାଚନ ହେବାର ସମ୍ଭାବନା ରହିଛି । ତେଣୁ ନିର୍ବାଚନ ଆୟୋଗ ଏହି 4 ରାଜ୍ୟର ନିର୍ବାଚନ ତାରିଖ ମଧ୍ୟ ଆଜି ଘୋଷଣା କରିପାରନ୍ତି ବୋଲି ସୂଚନା ରହିଛି ।

ସାଧାରଣ କ୍ଷେତ୍ରରେ ରବିବାର ଦିନ ନିର୍ବାଚନ ତାରିଖ ଘୋଷଣା ହୋଇନଥାଏ । କିନ୍ତୁ ଚଳିତ ବର୍ଷ ନିର୍ବାଚନ ଆୟୋଗ ଘୋଷଣା ପାଇଁ ରବିବାର ଦିନକୁ ହିଁ ଚୟନ କରିଛନ୍ତି ।

Last Updated : Mar 10, 2019, 1:37 PM IST

ABOUT THE AUTHOR

...view details