ଓଡିଶା

odisha

ETV Bharat / bharat

ପିଏମ କେୟାର୍ସ ଫଣ୍ଡକୁ ବର୍ଷକର 30% ଦରମା ଦେବେ ନିର୍ବାଚନ କମିଶନ ଓ ସହଯୋଗୀ - କୋରୋନା ଯୋଦ୍ଧା

ଦେଶ ଏବେ ଏକ ଅଘୋଷିତ ଯୁଦ୍ଧ ସହ ଲଢେଇ କରୁଛି । ଏହି ସଙ୍କଟ ଘଡିରେ ଦେଶକୁ ଉଦ୍ଧାର କରିବାକୁ ସରକାରଙ୍କୁ ଆର୍ଥିକ ସହଯୋଗର ହାତ ବଢାଇଲେ ନିର୍ବାଚନ କମିଶନ ।

PM CARE FUND
PM CARE FUND କୁ ବର୍ଷକର 30% ଦରମା ଦେବେ ନିର୍ବାଚନ କମିଶନ ଓ ସହଯୋଗୀ

By

Published : Apr 13, 2020, 4:58 PM IST

ନୂଆଦିଲ୍ଲୀ: ସାରା ବିଶ୍ବ ସଂପ୍ରତି ମହାମାରୀ କୋରୋନାକୁ ନେଇ ସଂକଟରେ । ସମସ୍ତ ଶକ୍ତିଶାଳୀ ରାଷ୍ଟ୍ର କୋରୋନା କବଳରେ କବଳିତ । ଭାରତ ମଧ୍ୟ ବାଦ ପଡିନାହିଁ ଏହି ବିପର୍ଯ୍ୟୟରୁ ।

ଦେଶର ଜନତାଙ୍କୁ ଏହି ମହାମାରୀରୁ ରକ୍ଷା କରିବା ପାଇଁ କେନ୍ଦ୍ର ଠାରୁ ରାଜ୍ୟ ସରକାର ପର୍ଯ୍ୟନ୍ତ ସମସ୍ତ ଶକ୍ତି, ପ୍ରଯୁକ୍ତି ବିଦ୍ୟାକୁ ଲଗାଇ ଦେଇଛନ୍ତି । ସାରା ଦେଶରେ ଚାଲିଛି କୋରୋନା ବିରୋଧରେ ଯୁଦ୍ଧ । ଆଉ ଏହି ଯୁଦ୍ଧରେ ଖାଲି ଦେଶର ସେନା, କିମ୍ବା ପୋଲିସ ସାମିଲ ହୋଇନାହିଁ । ଯୁଦ୍ଧରେ ଦେଶର ସମସ୍ତ ଜନତା ସାମିଲ ହୋଇଛନ୍ତି । ଆଉ ଯୁଦ୍ଧର ଅନ୍ତ କେବେ ତାହା କେହି ଜାଣନ୍ତି ନାହିଁ । ଏହି ବଡ ଯୁଦ୍ଧ ବିଜୟୀ ହେବାକୁ ହେଲେ ପ୍ରଚୁର ଅର୍ଥର ଆବଶ୍ୟକତା ଅଛି ।

ଆବଶ୍ୟକ ଅର୍ଥ ଭରଣା ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଦାନ କରିବା ପାଇଁ ଆହ୍ବାନ ଦେଇଛନ୍ତି । ଏଥିପାଇଁ ଏକ ସ୍ବତନ୍ତ୍ର ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଖୋଲାଯାଇଛି । ଦେଶର ପ୍ରତ୍ୟକ ବର୍ଗର ଲୋକ ମଧ୍ୟ ସହଯୋଗର ହାତ ବଢାଇଛନ୍ତି । ଆଉ ଏହି ସହଯୋଗରେ ଆଜି ସାମିଲ ହେଇଛନ୍ତି ଭାରତୀୟ ନିର୍ବାଚନ ମୁଖ୍ୟ ନିର୍ବାଚନ କମିଶନ ଓ ତାଙ୍କ ସହଯୋଗୀ । ମୁଖ୍ୟ ନିର୍ବାଚନ କମିଶନ ସୁନିଲ ଆରୋରା ଓ ନିର୍ବାଚନ କମିଶନର ଅଶୋକ ଲାଭାସା ଏବଂ ସୁଶୀଲ ଚନ୍ଦ୍ର ତାଙ୍କର ଏକ ବର୍ଷ ମୂଳ ଦରମାରୁ 30 ପ୍ରତିଶତ PM CARES FUND କୁ ଦେବାକୁ ଘୋଷଣା କରିଛନ୍ତି ।

@ANI

ABOUT THE AUTHOR

...view details