ନୂଆଦିଲ୍ଲୀ: ସମଗ୍ର ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢୁଥିବା ବେଳେ ଏହି ଭାଇରସ ବର୍ତ୍ତମାନ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି କୋରୋନା ଯୋଦ୍ଧାଙ୍କ ଉପରେ କାୟା ବିସ୍ତାର କରିଲାଣି । ଏହି କ୍ରମରେ ଗତ ରବିବାର ଦିଲ୍ଲୀର ସୁଲତାନପୁରୀ ପୋଲିସ ଷ୍ଟେସନର 8 ପୋଲିସ କର୍ମଚାରୀ କୋରୋନା ଆକ୍ରାନ୍ତ ହୋଇଥବା ଜଣାପଡିଛି । ଏହି ଖବର ଜଣାପଡିବା ପରେ ଏହି 8 ଜଣ ପୋଲିସ କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କ୍ବାରେଣ୍ଟିନରେ ରଖାଯାଇଛି । ଏଥିସହ ସମ୍ପୂର୍ଣ୍ଣ ପୋଲିସ ଷ୍ଟେସନକୁ ସାନିଟାଇଜ କରାଯାଇଛି।
ପୁଣି 8 ଦିଲ୍ଲୀ ପୋଲିସ କୋରୋନା ଆକ୍ରାନ୍ତ, ମୋଟ 100
ଗତ ରବିବାର ଦିଲ୍ଲୀର ସୁଲତାନପୁରୀ ପୋଲିସ ଷ୍ଟେସନର 8 ପୋଲିସ କର୍ମଚାରୀ କୋରୋନା ଆକ୍ରାନ୍ତ ହୋଇଥବା ଜଣାପଡିଛି । ଏହି ଖବର ଜଣାପଡିବା ପରେ ଏହି 8 ଜଣ ପୋଲିସ କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କ୍ବାରେଣ୍ଟିନରେ ରଖାଯାଇଛି । ଏଥିସହ ସମ୍ପୂର୍ଣ୍ଣ ପୋଲିସ ଷ୍ଟେସନକୁ ସାନିଟାଇଜ କରାଯାଇଛି।
ତେବେ ଏହାକୁ ମିଶାଇ ଦିଲ୍ଲୀ ପୋଲିସର କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 100 ଛୁଇଁଛି । ମାତ୍ର ମୋଟ ପୋଲିସ କର୍ମଚାରୀ ଆକ୍ରାନ୍ତଙ୍କ ମଧ୍ୟରୁ କିଛି ପୋଲିସ କର୍ମଚାରୀ ସୁସ୍ଥ ହୋଇ ପୁନଃ ନିଜ ଡ୍ୟୁଟିରେ ଯୋଗ ଦେଇଛନ୍ତି ।
ସେହିପରି ଗତ ରବିବାର ସନ୍ଧ୍ୟାରେ ଦିଲ୍ଲୀ ପୋଲିସର କୋତାବଲୀ ଅଞ୍ଚଳ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ଜଣେ କ୍ୟାଣ୍ଟିନ କାର୍ଯ୍ୟ କରୁଥିବା ଲୋକ କୋରୋନା ଆକ୍ରାନ୍ତ ହୋଇଛି । ତେବେ ଏହି କ୍ୟାଣ୍ଡିନରେ ପ୍ରାୟ 100 ପୋଲିସ କର୍ମଚାରୀ ଖାଆନ୍ତି । କିନ୍ତୁ ବର୍ତ୍ତମାନ କୌଣସି ପୋଲିସ କର୍ମଚାରୀଙ୍କୁ କ୍ବାରେଣ୍ଟିନ ରଖିବା ପାଇଁ କୌଣସି ଆଦେଶ ଦିଆଯାଇନାହିଁ ।