ଓଡିଶା

odisha

ETV Bharat / bharat

କୋର୍ଟ ପରିସରରେ ଆଖି ବୁଜିଲେ ଇଜିପ୍ଟର ପୂର୍ବତନ ରାଷ୍ଟ୍ରପତି

ସୋମବାର ଇଜିପ୍ଟ ପୂର୍ବତନ ରାଷ୍ଟ୍ରପତିଙ୍କ କୋର୍ଟ ପରିସରରରେ ମୃତ୍ୟୁ ଘଟିଛି ।

By

Published : Jun 17, 2019, 11:52 PM IST

Updated : Jun 18, 2019, 10:54 AM IST

ଫାଇଲ ଫଟୋ


କାଇରୋ: ଇଜିପ୍ଟର ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ମୋର୍ଶୀଙ୍କ ଦେହାନ୍ତ ହୋଇଛି । କୋର୍ଟରେ ହାଜର ହେବା ସମୟରେ ହଠାତ୍ ମହମ୍ମଦ ମୋର୍ଶୀ ଚେତାଶୂନ୍ୟ ହୋଇଯାଇଥିଲେ । ଫଳରେ କୋର୍ଟ ପରିସରରେ 67 ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଛି ।

ସୂଚନା ଅନୁଯାୟୀ, ମହମ୍ମଦ ମୋର୍ଶୀଙ୍କ ବିରୁଦ୍ଧରେ ଗୁଇନ୍ଦାଗିରି କରୁଥିବା ନେଇ ଅଭିଯୋଗ ଥିଲା । ଏହି ମାମଲାରେ ତାଙ୍କୁ ଗିରଫ କରାଯିବା ସହ କୋର୍ଟରେ ମକଦମା ଚାଲିଥିଲା । ସେଥିପାଇଁ ତାଙ୍କୁ 2013ରେ ଇଜିପ୍ଟ ସେନାରୁ ମଧ୍ୟ ବହିଷ୍କାର କରାଯାଇଥିଲା । ତେବେ ସୋମବାର ସେ କୋର୍ଟରେ ହାଜର ହେବା ସମୟରେ ଚେତାଶୂନ୍ୟ ହୋଇଯାଇଥିଲେ ।


ପ୍ରକାଶ ଥାଉକି, ମହମ୍ମଦ ମୋର୍ଶୀ ଇଜିପ୍ଟର ପଞ୍ଚମ ରାଷ୍ଟ୍ରପତି ରୂପେ ନିର୍ବାଚିତ ହୋଇଥିଲେ । ସେ 2012ରୁ 2013 ପର୍ଯ୍ୟନ୍ତ ରାଷ୍ଟ୍ରପତି ପଦରେ ଥିଲେ ।

Last Updated : Jun 18, 2019, 10:54 AM IST

ABOUT THE AUTHOR

...view details