ଓଡିଶା

odisha

ETV Bharat / bharat

ଗାନ୍ଧୀନଗରରେ ସୂର୍ଯ୍ୟପରାଗ ପ୍ରଭାବ: ପାଗ ମେଘୁଆ, 70 ପ୍ରତିଶତ ଆଚ୍ଛାଦିତ ସୂର୍ଯ୍ୟ - ଗାନ୍ଧୀନଗରରେ ସୂର୍ଯ୍ୟପରାଗ

ଗୁଜୁରାଟରେ ସୂର୍ଯ୍ୟ 70 ପ୍ରତିଶତ ଆଚ୍ଛାଦିତ ହୋଇଥିବା ଜଣାପଡିଛି । ଏହି ଆଂଶିକ ସୂର୍ଯ୍ୟ ଗ୍ରହଣ 10.03ରେ ଆରମ୍ଭ ହୋଇଥିଲା । ସର୍ବାଧିକ ପ୍ରଭାବ ସକାଳ 11.42 ରେ ଦେଖାଗଲା ଏବଂ ସୂର୍ଯ୍ୟପରାଗ ଅପରାହ୍ନ 1.32ରେ ସମାପ୍ତ ହେଲା । ଏହା ସହ ପାଗ ମଧ୍ୟ ଏହିସମୟ ଭିତରେ ମେଘୁଆ ରହିଥିଲା ।

ଫାଇଲ ଫଟୋ
ଫାଇଲ ଫଟୋ

By

Published : Jun 21, 2020, 1:44 PM IST

ଗାନ୍ଧୀନଗର: ବର୍ଷର ପ୍ରଥମ ସୂର୍ଯ୍ୟପରାଗ । ଏଥର ରାଜସ୍ଥାନ ଓ ହରିୟାଣାରେ ସମ୍ପୂର୍ଣ୍ଣ ସୂର୍ଯ୍ୟପରାଗ ଦେଖିବାକୁ ମିଳିବ । ଏହାସହ ଗୁଜୁରାଟରେ ମଧ୍ୟ ଏହି ବିରଳ ବଳୟ ସୂର୍ଯ୍ୟପରାଗ 70 ପ୍ରତିଶତ ଦେଖିବାକୁ ମିଳିଛି । ଦେଶର ବିଭିନ୍ନ ପ୍ରାନ୍ତରେ ସୂର୍ଯ୍ୟପରାଗ ଦେଖାଯିବା ସହ ଉତ୍ତର ଭାରତରେ ରାଜସ୍ଥାନ, ହରିୟାଣା ଏବଂ ଉତ୍ତରାଖଣ୍ଡର କେତେକ ଅଂଶରେ, ସୂର୍ଯ୍ୟ ଏକ ଅଙ୍ଗୁରୀୟ ପରି ଦେଖାଯାଇଥିଲେ ।

ଗାନ୍ଧୀନଗରରେ ସୂର୍ଯ୍ୟପରାଗ ପ୍ରଭାବ

ଗୁଜୁରାଟରେ ସୂର୍ଯ୍ୟ 70 ପ୍ରତିଶତ ଆଚ୍ଛାଦିତ ହୋଇଥିବା ଜଣାପଡିଛି । ଏହି ଆଂଶିକ ସୂର୍ଯ୍ୟ ଗ୍ରହଣ 10.03 ରେ ଆରମ୍ଭ ହୋଇଥିଲା । ସର୍ବାଧିକ ପ୍ରଭାବ ସକାଳ 11.42 ରେ ଦେଖାଯାଇ ଅପରାହ୍ନ 1.32 ରେ ସମାପ୍ତ ହେଲା । ଏହାସହ ପାଗ ମଧ୍ୟ ଏହି ସମୟ ଭିତରେ ମେଘୁଆ ରହିଥିଲା ।

ସୂର୍ଯ୍ୟଙ୍କ କିରଣ ଆଖିର ରେଟିନା ପାଇଁ କ୍ଷତିକାରକ, ଏଥିପାଇଁ ସ୍ବତନ୍ତ୍ର ସୌର ଫିଲ୍ଟର ସହିତ ଅଳ୍ପ ସମୟ ପାଇଁ ଏହି ପରାଗକୁ ଦେଖିଥିଲେ ଯୁବପିଢି । ବିରଳ ବଳୟ ସୂର୍ଯ୍ୟପରାଗ ପ୍ରତିଫଳନକୁ ଟେଲିସ୍କୋପ କିମ୍ବା ପିନହୋଲ କ୍ୟାମେରା ମାଧ୍ୟମରେ ମଧ୍ୟ ଦେଖିଥିଲେ ସ୍ଥାନୀୟ ନାଗରିକ । ଗାନ୍ଧୀନଗରରେ ଜ୍ୟୋତିର୍ବିଜ୍ଞାନ ଘଟଣା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଏକ ଅନଲାଇନ୍ ଟେଲିକାଷ୍ଟର ଆୟୋଜନ କରାଯାଇଥିଲା । ଘରେ ବସି ସାମାଜିକ ଦୂରତା ବଜାୟ ରଖିବା ସମୟରେ କିପରି ସୂର୍ଯ୍ୟପରାଗ ଭଲ ଭାବରେ ଦେଖିବେ ।

ବ୍ୟୁରୋ ଇନପୁଟ୍, ଇଟିଭି ଭାରତ

ABOUT THE AUTHOR

...view details